STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଜୀବନ ଅଧ୍ୟାୟ

ଜୀବନ ଅଧ୍ୟାୟ

1 min
278



 କାକର ବୁନ୍ଦା ପରି ଜୀବନର ପଥ

କେବେ ଧୂଳି ଧୂସର

କେତେ ଫୁଲ ସହର

ଦୁଇ ଚାରି ଟୋପା ସ୍ଫଟିକ ପରି

ଚିକ୍ ଚିକ୍ କରୁଥାଏ ପଡିଲେ କିରଣ ରଥ


ପାଣି ଫୋଟକା ପରି ଜୀବନ ଧାର

କେବେ ପଙ୍କଜ ପତ୍ରେ

କେବେ ଜଳଜ ଗାତ୍ରେ

କେଇ ଟୋପା ପଡିଗଲେ ମୋତି ଝଲକେ

ଢ଼ଳଢ଼ଳ ଛଳଛଳ ଆଖିରେ ଡିଅଁନ୍ତି ତୀର


ଚାରି ଦିନର ଆୟୁଷେ ଜୀବନ ଯାତ୍ରା

କେବେ ଶୈଶବର ସ୍ମୃତି

କେବେ ଯୌବନର ଗୀତି

ନିରୋଳା ବେଳରେ ମନ ଆଇନାରେ

 ଅତୀତ ରୋମନ୍ଥନ ପାଇଁ ପର୍ଯ୍ୟାପ୍ତ ମାତ୍ରା


ସମୟ ହାତରେ ଜୀବନ ଡ଼ୋରୀ

କେବେ ହୁଗୁଳା ଖୁସି ବଲ୍ଲରୀ

କେବେ ମୁକୁଳା ଶୋକ ପ୍ରହରୀ

ସଞ୍ଜ ସକାଳ ପରି ଦୁଃଖ ସୁଖ ଆବୋରି

ଆହୁଲା ମାରି ଚାଲିଛି ମାଝି ସଂସାର ତରୀ


ବିଭୁ ପୟରେ ରହୁ ଜୀବନ ଅଧ୍ୟାୟ

କେବେ ସକାଳ ଧୂପରେ

କେବେ ସଞ୍ଜ ସଳିତାରେ

ଭକ୍ତିବୋଳା କିଛି ନୈବେଦ୍ୟ ଥୋଇ

ଶାଷ୍ଟାଙ୍ଗ ପ୍ରଣିପାତ ଛଳେ କଟୁ ବାକି ସଂଶୟ


Rate this content
Log in

Similar oriya poem from Fantasy