STORYMIRROR

Panchanan Jena

Romance

4  

Panchanan Jena

Romance

ମୋ ପ୍ରାଣ ପ୍ରମାଣର

ମୋ ପ୍ରାଣ ପ୍ରମାଣର

1 min
8

କବିତା - ମୋ ପ୍ରାଣ ପ୍ରମାଣର
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୧୧-୨୦୨୫
 +++++++++++++++++
 ମୋ ମନ ଅଗଣାର
 ତୁଳସୀ ଚଉରା ମୂଳରେ ମୁରୁଜଟେ ତୁ
ମୋ ଇଚ୍ଛା ବଗିଚାର
 ଦରଫୁଟା ନାଲି ଗୋଲାପ କଢ଼ିଟେ ତୁ

 ମୋ ସମୟ ସରଣୀର
 ଜାତୀୟ ରାଜପଥ କଡ଼େ ମାଇଲ ପଥରଟେ ତୁ
ମୋ ଜୀବନ ପୃଷ୍ଠାର
ଅନାବନା ରଫଖାତାର ପ୍ରଥମ ପୃଷ୍ଠାଟେ ତୁ

 ମୋ ହୃଦୟ ମନ୍ଦିରର
ବାଇସି ପାହାଡ଼ ଉପରେ ମାର୍ବଲ ଟେ ତୁ
ମୋ ଆତ୍ମା ଆକାଶର
ଦିଗବଳୟ ଡେଇଁ ସାତରଙ୍ଗୀ ଇନ୍ଦ୍ରଧନୁଟେ ତୁ

 ମୋ ଆଖି ପଲକର
ସ୍ମୃତି ସାଇତା ରୂପେଲି ସୁନେଲି ପରଦାଟେ ତୁ
ମୋ ସ୍ବପ୍ନ ମୂଳକର
 ସୁନାରଙ୍ଗୀ ଧାନଗଛର ହସନ୍ତ କେଣ୍ଡାଟେ ତୁ

 ମୋ ଶ୍ୱାସ ପ୍ରଶ୍ଵାସର
 କୁଳୁକୁଳୁ ନାଦିନୀ ବନ ଝରଣାଟେ ତୁ
ମୋ ପ୍ରାଣ ପ୍ରମାଣର
କଣ୍ଟାଝଟା ଭିତରେ ମିଠା ଜଙ୍ଗଲି କୋଳିଟେ ତୁ

 ମୋ ଆଶା ବିଶ୍ୱାସର
 ପ୍ରଥମ ନିବେଦନର ଓଁକାର ଧ୍ବନିଟେ ତୁ
 ମୋ ଜ୍ଞାନ ବିଜ୍ଞାନର
ବିଭୁ ପଦାରବିନ୍ଦରେ ଆଭୂମ ଶ୍ରଦ୍ଧାଟେ ତୁ

 ମୋ ଜୀବନ ବନ୍ଧନର
ପାଟଶାଢୀ ଶୋଭିତ ସିନ୍ଦୁର ଟୋପାଟେ ତୁ
ମୋ ଭଲ ପାଇବାର
ଅସରନ୍ତି ଭଣ୍ଡାର ଘରେ କେନ୍ଦ୍ରବିନ୍ଦୁଟେ ତୁ


Rate this content
Log in

Similar oriya poem from Romance