STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଆଧାର କ୍ଷେତ୍ର

ଆଧାର କ୍ଷେତ୍ର

1 min
5

କବିତା - ଆଧାର କ୍ଷେତ୍ର
 ରଚନା - ପଞ୍ଚାନନ ଜେନା
 ତାରିଖ -୦୮-୧୧-୨୦୨୫
++++++++++++++++
 ମୋର କର୍ମକ୍ଷେତ୍ର
 ତୋର ଧର୍ମକ୍ଷେତ୍ର
ଜୀବନ ଲଢୁଛି ନିତି କୁରୁକ୍ଷେତ୍ର

 ମୋର କାର୍ଯ୍ୟକ୍ଷେତ୍ର
ତୋର ଶଙ୍ଖକ୍ଷେତ୍ର
ସମୟ ବିତୁଛି ନିତି ଲୁହସିକ୍ତ ନେତ୍ର

 ମୁଁ ହିଁ ନାମମାତ୍ର
 ତୁମେ ମୂଖ୍ୟପାତ୍ର
ସକଳ ଶକ୍ତିର ଆଧାର କ୍ଷେତ୍ର

 ମୋ' ଘର ସଂସାର
 ତୋ' ଦୟା ଆଭାର
ସବୁ କିଛି ତୋର ସତ୍ୟ ଶିବ ସୁନ୍ଦର

 ହେ ପ୍ରଭୁ ! କଳା ସାଆନ୍ତ
ମୋ ଚକାଡୋଳା କାଳିଆ ସାମନ୍ତ
ତୁ କେବଳ ଦାରୁ ଦିଅଁ ନୁହୁଁ
ତୁ ମୋ ଅସ୍ତିତ୍ୱ ମୋ ଆସ୍ଥାର ଆସ୍ଥାନ କ୍ଷେତ୍ର ।


Rate this content
Log in

Similar oriya poem from Inspirational