ନିର୍ବାଣଗ୍ରାମୀ
ନିର୍ବାଣଗ୍ରାମୀ
କବିତା - ନିର୍ବାଣଗ୍ରାମୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୧୧-୨୦୨୫
+++++++++++++++++
ମାର୍ଗଦର୍ଶନ କରୁ କରୁ
ଅଧାରାସ୍ତାରୁ ବିଦାୟ ନେବା
ଆଲୋକବର୍ତ୍ତିକା ସାଜି ଅନ୍ଧାର ଠେଲୁ ଠେଲୁ
ଆରପାରିକୁ ଟିକେଟ କାଟିଦେବା
ହୋ ବଡ଼ ବଡୁଏ --- ପ୍ରଣମ୍ୟ ପ୍ରଣମାମୀ
କି ଲାଭ ପାଉଛ କହିଲ ହେ ବୈକୁଣ୍ଠଗାମୀ ?
ଅତି ନିଜର ଅସ୍ମିତା ଭାବୁ ଭାବୁ
ପର କରିଦେବାର ସଂକଳ୍ପ
ଅତି ଆପଣାର ଗର୍ବ ଗୌରବ ଭାବୁ ଭାବୁ
ପିତ୍ରୁପୁରୁଷ ଛେଉଣ୍ଡ କରିବାର ଦୃଢ଼ ବିକଳ୍ପ
ହୋ ବଡ଼ ବଡୁଏ -......ପ୍ରଣମ୍ୟ ପ୍ରଣମାଣୀ
ବୋଝ ଉପରେ ନଳିତା ବିଡ଼ା ଲଦିଦେଇ କାହିଁ ହେଲ ସ୍ବର୍ଗଗାମୀ ?
ଗୁରୁଜନ ମାନେ ଆପଣ ଆଦର୍ଶ ମହାଭାଗ
ଆନ୍ଧାରରେ ଆସ ଆଲୁଅରେ ଯାଅ ଆଗ
ଇହକାଳ ପରକାଳରେ ଘେନ ମୋର ପ୍ରଣାମୀ ସରାଗ
ହୋ ପୂର୍ବପୁରୁଷ ----- ନମାମୀ ପ୍ରଣମାମୀ
ମଝି ରାସ୍ତାରେ ଛାଡିଦେଇ କାହିଁ ପଳେଇଲ ନଶ୍ବରଗାମୀ ?
ଛାତ କହୁଁ ମୂର୍ଦ୍ଧନୀ କହୁଁ ସାହା ଭରସାରେ ରହୁ
ସମାଧାନ ମୁଣି କହୁଁ ଆଶୁ ଆସ୍ୱାଶନାରେ ବାନ୍ଧି ରହୁ
କାନ୍ଥ କହୁଁ ଆଶିର୍ବାଦର ଅସରନ୍ତି ଭଣ୍ଡାର କହୁଁ ସହୁ
ପ୍ରୀତି ମାୟା ମମତା ଲଗେଇ
ଭଲ ପାଇବାର ଡ଼ୋରୀ ବନ୍ଧେଇ
ଭକ୍ତିରେ ଶକ୍ତିର ବାନା ଉଡେଇ
ହୋ ଅନନ୍ତପଥଗାମୀ ..... ନମାମୀ ପ୍ରଣମାଣୀ
ବନ୍ୟା ସୁଅରେ ଭସେଇ ଦେଇ କାହିଁ ପଳେଇଗଲ ଉର୍ଦ୍ଧ୍ବଗାମୀ ?
ଆମମାନଙ୍କୁ ଭାବ ରଜ୍ଜୁରେ ବାନ୍ଧି ପିଠି ଥାପୁଡେଇ
ହସହସ ପଦେ ଅଧେ କଥାରେ ସକଳ ଐଶ୍ଚର୍ଯ୍ୟ ଦେଇ
କାନ୍ଧରେ ବସେଇ ବୁଲେଇ ପିଠିରେ ଲାଉ କରେଇ
ଖୁସି ସବାରିରେ ଚଢ଼େଇ ଛୁ ମାରିଦେଲ କିପାଇଁ
ହୋ ଅତୀତସୁରୀ ----ନମାମୀ ପ୍ରଣମାମୀ
ଜୀବନର ବଡ଼ଦାଣ୍ଡରେ ବସେଇ ଦେଇ
ଚିର ବିଦାୟ କହି କାହିଁ ଉଡିଗଲ ନିର୍ବାଣଗ୍ରାମୀ ?
