ଭିଡ଼ ଭାଗବତ
ଭିଡ଼ ଭାଗବତ
କବିତା - ଭିଡ ଭାଗବତ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୧୧-୨୦୨୫
++++++++++++++++++
ସରୁ ପତଳା ଗଳି
ଗଳି ପାର ହଲେ ପଡ଼େ ବସ୍ତି ଅର୍ଗଳି
କାଳୁଆ ବସ୍ତି ଲମ୍ବା ଶୂଳିଆ ଶୂଳି
ବାପରେ ବାପ୍
କି ଭିଡ଼ କି ଗହଳି
ଝାଟିମାଟି କୁଡ଼ିଆଘର ଟିଣ ଛପର
ସବୁ ଖୁନ୍ଦାଖୁନ୍ଦୀ ପୁଣି ଆରମ୍ଭ ମସ୍ତି
ଅଙ୍କାବଙ୍କା ପତଳା ରାସ୍ତା ଲମ୍ବି ଯାଇଛି
ଦୁଇ କଡ଼ରେ କଲୋନି ଗଢି ଉଠିଛି
କାର୍ -ଅଟେ। ପଶି ପାରେନା
ଗାଡି ଯୋଡ଼ା ବି ଗଳି ପାରେନା
ସେହି ନ୍ୟାୟରେ
ସରକାର ବି ପଶି ପାରେନା
ସରକାରୀ ସୁବିଧା ବି ପହଞ୍ଚି ପାରେନା
ଦେହ ଖରାପ ହେଲେ ରୋଗୀ ହଟହଟା
ଖଟିଆରେ କାନ୍ଧରେ ବୁହା ହୁଏ କିଛି ବାଟ
ବନ୍ୟା ବାତ୍ୟାରେ ଛାତ ଉଡିଯାଏ କପାଳ ଫଟା
ଖଣ୍ଡେ କଳା ପାଳିଥିନ୍ ପାଇଁ ଚପଲ ଘୋରି ଫାଟ
ସେହି ନ୍ୟାୟରେ ନ୍ୟାୟାଳୟ ଚାଲେନା
ନିର୍ବାଚନୀ ପ୍ରଚାର ବେଳେ ଅନ୍ୟାୟ ଗଳେନା
ଧଳା କୁର୍ତ୍ତାଧାରୀଙ୍କ ପଦଯାତ୍ରା ବେଳେ
ଖଣ୍ଡିଏ ଭୋଟ ମାଗିବା ପାଇଁ ନେହୁରା ବେଳେ
ସବୁ କିଛି ଧରି ବସି ରହି ହୁଏନା ଏବେ
କାରଣ ସ୍ବପ୍ନ ଦେଖିବାର ବେଳ ହାତମୁଠାରେ
ଅକାରଣେ ସକାରଣେ ଗାନ୍ଧୀ ମାର୍କା ମୁଠେଇ
ଭାବେ
ସବୁ ନୀତି ନିୟମ ବଦଳିଯାଏ
ରାଜନେତା ମାଗିଲା ବେଳେ
ବସ୍ତି ବାସିନ୍ଦା ମାଗିଲା ବେଳେ
ଅଚ଼ଳ ଅଧୂଳି ପରି ରାସ୍ତା ଅବରୋଧ କାଳେ
ହାଏ ରେ ଭାରତ !
ଦୁଇ ପ୍ରକାର ଜନତାଙ୍କ ଭିଡ ଭାଗବତ
ଧନ ଧାନ୍ୟରେ ପୂର୍ଣ୍ଣ ମାତ୍ର ଦଶ ପ୍ରତିଶତ
ଗରିବ ଅନାହାରରେ ସଢ଼ୁଛନ୍ତି ନବେ ପ୍ରତିଶତ
ସମାଧାନ କେବେ
ସମାନତା କେବେ
ସ୍ଵାଧୀନତା କେବଳ ଅନ୍ଧ ପୁଟୁଳି
ଧନୀକ ବର୍ଗ ହାତରେ ଲୋକତନ୍ତ୍ରର ଥଳି
ଗରିବ କୃଷକ ବିଚରା ସ୍ବପ୍ନ ଦେଖୁ ଦେଖୁ
ଶୋଇପଡ଼େ
ନାକ ଶୁଶୁରି ମାରୁଥାଏ ହାବେଳି
