STORYMIRROR

Panchanan Jena

Romance

4  

Panchanan Jena

Romance

ତୁମେ ବି ଆସନ୍ତ ଫେରି

ତୁମେ ବି ଆସନ୍ତ ଫେରି

1 min
6

କବିତା - ତୁମେ ବି ଆସନ୍ତ ଫେରି
 ରଚନା - ପଞ୍ଚାନନ ଜେନା
 ତାରିଖ -୧୦-୧୧-୨୦୨୫
 ++++++++++++++++++
 ଫେରି ଆସିଛି ପୁଣି ବରଷା
 ଲଘୁଚାପ ପ୍ରଭାବେ ମାଟି ଦୋରଷା
 ତୁମେ ବି ଆସନ୍ତ ଫେରି
 ରିମ୍ ଝିମ୍ ଶ୍ରାବଣରେ ମିଳନ୍ତା ମାଟିମଗ୍ନା ଘଡିଏ ଦେହଘଷା

 ପୁଣି ଫୁଟିଲେଣି ଫୁଲରାଣୀ ଭୂଲି ରାଗରୋଷ
ପୁଣି ଭ୍ରମର ଗାଇଲେଣି ଗୁଣୁଗୁଣ ଗୀତ
 ଭୂଲିଗଲେଣି ଅତୀତ ତୋଫାନ ବୟାର ଅଶେଷ
ତୁମେ ବି ଆସନ୍ତ ଫେରି
ଛମ୍ ଛମ୍ ହେମାଳ ପାଗରେ ପାଖରେ ବସନ୍ତେ ହସନ୍ତେ
ଭୂଲି ଯାଆନ୍ତେ ସବୁ ଆଳୁଦୋଷ

 ପୁଣି ଫେରିଲେଣି ପକ୍ଷୀଦଳ ସଜାଡିଲେଣି ଭଙ୍ଗା ବସା
ପୁଣି କାଠି କୂଟା ଗୋଟେଇଲେଣି ବାନ୍ଧିବାକୁ ନୂଆ ଭରସା
ତୁମେ ବି ଆସନ୍ତ ଫେରି
 ଟୁପୁର୍ ଟାପୁର୍ ମୂର୍ଚ୍ଛନା ମେଳେ କୁଣ୍ଢେଇ ଧରନ୍ତେ
 ତରଳି ଯାଆନ୍ତା ଶତାବ୍ଦୀର ଭୋକଶୋଷ

 ପୁଣି ଫେରିଲେଣି ଗାଈପଲ ଧୂଳି ଉଡେଇ ସଂଜବେଳ
ପୁଣି ଶୁଭିଲାଣି ଗାଈଆଳ ଟୋକାର ବଂଶୀସ୍ୱନ ଛାତିତଳେ ଗୋଳମାଳ ତୁମେ ବି ଆସନ୍ତ ଫେରି
ଝିପି ଝିପି କୋହଲା ପବନ କୋଳେ
ଗୋଟେ ଛତାତେଳେ ଭିଜନ୍ତେ ଛିଙ୍କନ୍ତେ
ମନେ ପକେଇ ବାଲ୍ୟ କୈଶୁର ଅପାସୋରା ବେଶ


Rate this content
Log in

Similar oriya poem from Romance