ଭାବନାମୟ ଇସ୍ତାହାର
ଭାବନାମୟ ଇସ୍ତାହାର
କବିତା - ଭାବନାମୟ ଇସ୍ତାହାର
ରଚନା - ପଞ୍ଚାନନ ଜେନା
ତାରିଖ -୦୯-୧୧-୨୦୨୫
+++++++++++++++++
ତୁ ଖୋଜିନେ
ତୋ ଭିତରେ ଥିବା ଭଲଗୁଣର ଇସ୍ତାହାର
ତୋର ମନ୍ଦଗୁଣ ଅଣ୍ଡାଳିବାକୁ ରାଜି ଲୋକେ ନିରନ୍ତର
ତୁ ବାଛିନେ
ତୋ ଭିତରେ ଶୋଇଥିବା ଗୁଣମୁଗ୍ଧ ଆସର
ତୋର ବିକୃତି ବର୍ଣ୍ଣେଇବାକୁ ଲୋକେ ରାତ୍ରିଚର
ତୁ ମାନିନେ
ତୋ ମନରେ ଲୁଚିଥିବା ଅମୃତ ସ୍ୱାକ୍ଷର
ତୋର ବିଷ ହଳାହଳ ପିଇବାକୁ ଲୋକେ ମାରଧର
ତୁ ଦେଖିନେ
ତୋ ସ୍ବପ୍ନ ପ୍ରବଣ ଭାବନା ଭିତରେ ଜାଗ୍ରତ ଉସ୍ମାସୁର
ତୋର ଅନ୍ଧାରୀ ପ୍ରକୃତି ବଖାଣିଦେଇ ଲୋକେ ଫେରାର
ତୁ ଲେଖିନେ
ତୋ ପ୍ରେମ କାହାଣୀ ଭିତରେ ନିଃସ୍ଵାର୍ଥ ପ୍ରହର
ତୋର ବିରହ ବ୍ୟଥାର ଖବର କହିବାକୁ ଲୋକେ ଅସ୍ଥିର
ତୁ ଆଙ୍କିଦେ
ତୋ ହିମାଳୟ ସାହସ ଭିତରେ ଲମ୍ବା ମୀନାର
ତୋର ଅନ୍ଧାରୀ ଗହ୍ୱର ବିଷୟରେ ଗପିବାକୁ ଲୋକେ ତତ୍ପର
ତୁ ଛାପିଦେ
ତୋ ଚେତନା ଚୌହଦୀ ତଳେ ଆକ୍ତାମାକ୍ତା ପ୍ରହର
ତୋର ସବୁ ମାୟାରେ ବାୟା ପରିଚୟ ପାଇଁ ଲୋକେ ତୟାର
ତୁ କହିଦେ
ତୋ ମିଛ ଅଭିନୟ ତଳେ ଲୁଚିଥିବା ଅହଙ୍କାର
ତୋର ଦୋଷତୃଟି ଉଖାରିବାକୁ ଲୋକେ ଉଜାଗର
ତୁ ବାଛିନେ
ତୋ ଅନ୍ତିମ ଲକ୍ଷ୍ୟ ଭିତରେ ଶେଷ ମୁକ୍ତିଦ୍ଵାର
ତୋର କଳା କାଯ୍ୟକ୍ରମ କହିବାକୁ ଲୋକେ ଜାଳିଛନ୍ତି ଜାଗର
