ସରଣୀ ବି ବଦଳେ
ସରଣୀ ବି ବଦଳେ
କବିତା - ସରଣୀ ବି ବଦଳେ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୧୨-୨୦୨୫
++++++++++++++++++
ଏଠି ସରଣୀ ବି ବଦଳେ ଧରଣୀ ବି ବଦଳେ
ଏଠି ମୃଗୁଣୀ ବି ବଦଳେ ଗୃହିଣୀ ବି ବଦଳେ
ଏଠି ତରଣୀ ବି ବଦଳେ କରଣୀ ବି ବଦଳେ
ପରିବର୍ତ୍ତନ ଏଠି ଛଳେ ବଳେ କୌଶଳେ
ପ୍ରକୃତିର ଛାତି ଚିରିଦେଲେ ପ୍ରଚ୍ଛଦ ପଟ ବଦଳେ
ଏଠି ଜହ୍ନରାତି ବି ବଦଳେ ସାଙ୍ଗସାଥି ବି ବଦଳେ
ଏଠି ଋତୁଚକ୍ର ବି ବଦଳେ ରୀତିନିତି ବି ବଦଳେ
ଏଠି କୃଷିକ୍ଷେତ୍ର ବି ବଦଳେ କର୍ମକ୍ଷେତ୍ର ବି ବଦଳେ
ଅଦଳ ବଦଳର ଏଠି ହାରଜିତର ଖେଳ
ନିଜର ଅସ୍ତିତ୍ବ ଖୋଜୁ ଖୋଜୁ ବଦଳେ ପାପୁଲି ହଳେ
ଏଠି ଛାୟାଚିତ୍ର ବି ବଦଳେ କାୟାକଳ୍ପ ବି ବଦଳେ
ଏଠି ଆଚରଣ ବି ବଦଳେ ଉଚ୍ଚାରଣ ବି ବଦଳେ
ଏଠି ଆବରଣ ବି ବଦଳେ ଆଭରଣ ବି ବଦଳେ
ମଣିଷ ସହିତ ଏଠି ମଣିଷ ଲୁଚକାଳି ଖେଳେ
ଝିମିଟି ଖେଳର ଏହି ମିଛ ମୟାରେ ବଦଳେ ସମୂଳେ
ଏଠି ଆକର୍ଷଣ ବି ବଦଳେ ଆଭୂଷଣ ବି ବଦଳେ
ଏଠି ଅନ୍ୱେଷଣ ବି ବଦଳେ ସମର୍ପଣ ବି ବଦଳେ
ଏଠି ପରମାଣୁ ବି ବଦଳେ ପରିମିତି ବି ବଦଳେ
ସଭିଏଁ ନିଜର ଏଠି କହିବାକୁ କେବଳ
ସ୍ବପ୍ନ ପ୍ରବଣ ମନକୁ ନେଇ ବାଟ ଘାଟ ଭୂଲେ ସହଳେ
