STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଛନ୍ଦ ମକରନ୍ଦ

ଛନ୍ଦ ମକରନ୍ଦ

1 min
354


ମୁଣ୍ଡ ନୁଇଁଦେଲେ ଶ୍ରଦ୍ଧାରେ ଭାବରେ

ମାଙ୍କଡ଼ା ପଥର ଠାକୁର ଠାକୁର ବାସେ

ମନ ଚଇତନ ଦେଇ ଭଲ ପାଇଲେ

ବିଶ୍ୱାସେ ବିଷ ମିଶେଇ ଅନ୍ୟହାତ ଧରେ ଶେଷେ


ହାତ ବଢ଼େଇଲେ ବିପଦେ ଆପଦେ

ହାଡୁଆ ଗାଲରେ ଫୁଟିଉଠେ ସ୍ମିତ ସିହରଣ

ପରକୁ ନିଜର ଭାବିଲେ ମଣିଲେ

ଗୋଇଠା ମାରିବ ଦରକାର ବେଳେ ବିଶ୍ୱାସ ହରଣ


କରୁଣା ପଢିଲେ ଦୁଃସ୍ଥ ନାରାୟଣେ

ଅନ୍ତର ଗହ୍ନରେ ପୁଲକ ଖେଳଇ ମୃଦୁମନ୍ଦ

ଛତୁ ଫୁଟିଲା ପରି ସୁନାମ ଅର୍ଜଲେ

ବିରୋଧି ଗର୍ଜିବେ କଟୁକ୍ତିର ଛନ୍ଦ ମକରନ୍ଦ


ମଣିଷ କୂଳରେ ଜନ୍ମିଛି ଭୂତଳେ

ଦାନ ଦୟା କ୍ଷମା ପ୍ରାର୍ଥନା ସକାଶେ ପରା

ଅଢ଼େଇ ଦିନର ବଢ଼େଇ କିପାଇଁ

ଶେଷ ଠିକଣା ପରା ମୁଠାଏ ପାଉଁଶ ସରା


ସବୁ ତୋ ତୁମର ସୃଷ୍ଟି ସମ୍ଭାର

ପଞ୍ଚଭୂତ ଡେଇଁ ବନାନୀ କେଦାର ଗିରି

ଯାହା ମୁଁ ଭାବୁଛି ଚିନ୍ତନେ ମନନେ

କ୍ଷଣେ ଅନୁକ୍ଷଣେ ଜାଣୁଛ ବ୍ରହ୍ମ ପରମ୍ବ୍ରହ୍ମ ଚିରି


ଧ୍ୟାନ ଧାରଣାରେ ବିତୁ ଏ ଜୀବନ

ବିଭୁ ଚରଣରେ ତନ ମନ ମତି ମୁକତି ମିଳୁ

ଶରଣ ମାଗୁଛି ଏ ଛାର କିଙ୍କର

ବାଇସି ପାହାଚ ଡେଇଁ ଗଲେ ଉତ୍କଣ୍ଠା ସମ୍ଭାଳୁ


Rate this content
Log in

Similar oriya poem from Tragedy