STORYMIRROR

Tapaswini DashSarangi

Abstract Fantasy Inspirational

3  

Tapaswini DashSarangi

Abstract Fantasy Inspirational

ହେ ଶାନ୍ତି ତୁମେ ଆସନ୍ତନି ଥରେ

ହେ ଶାନ୍ତି ତୁମେ ଆସନ୍ତନି ଥରେ

1 min
209

ହେ!ଶାନ୍ତି ତୁମେ ଆସନ୍ତନି ଥରେ

ଅଶାନ୍ତିର ସରହଦି ଡେଇଁ

କୋଳାଇ ନିଅନ୍ତନି ଥରେ

ପରିତୃପ୍ତିର ଚୁମ୍ବନକୁ ଦେଇ।


ହେ!ଶାନ୍ତି ତୁମେ ଆସନ୍ତନି ଥରେ

ଅନ୍ତଃକରଣରେ ସୁରଭିର ପ୍ରତିଧ୍ଵନି ନେଇ

ଭିଜାଇ ଦିଅନ୍ତନି ଥରେ

ନିର୍ବାଣର ବରଷା ଝରାଇ।


ହେ!ଶାନ୍ତି ତୁମେ ଆସନ୍ତନି ଥରେ

ପରିତୁଷ୍ଟ ନୂପୁର ବଜାଇ

ତାଣ୍ଡବ କରନ୍ତନି ଥରେ

କ୍ଳୀଷ୍ଟତା ଯାଆନ୍ତା ଦୂରେଇ।


ହେ!ଶାନ୍ତି ତୁମେ ଆସନ୍ତନି ଥରେ

କପଟତାର ଛାଇକୁ ଲିଭେଇ

ସଂହାର ହୁଅନ୍ତାନି ଥରେ

ତୁଚ୍ଛ ଗର୍ବ ଓ ବଡାଇ।


ଜାଣିଛି ତୁମେ ଆସିବନି ଶାନ୍ତି

ଏ ସ୍ପର୍ଶକାତର ଜୀବନରେ

ଆଉଁସି ଦବନି ମୁଣ୍ଡ ଥରେ

କୋଳେଇବନି ତୁମ ବାହୁ ବନ୍ଧନରେ।


ତୁମେ ଆସିବ ଯେବେ

ମୁଁ ଶୋଇଥିବି ଚିର ନିଦ୍ରାରେ

ଆଉ ମୋ ମଥା ଥିବ

ତୁମର କୋଳରେ ଶେଷ ଶଯ୍ୟାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract