ଉଲକାପାତିଆ ଡେଉଁଥିଲି
ଉଲକାପାତିଆ ଡେଉଁଥିଲି


ସରବତରେ ଚିନି ମିଳେଇଯିବା ପରି
ପଖାଳରେ ଲୁଣ ଗୋଳେଇଯିବା ପରି
ତୁମ ମହୁଲି କଥାରେ
ତୁମ ନିଳାଭ ଆଖିରେ
ଗୋଳେଇ ମିଳେଇ ବାରମ୍ବାର ଯାଉଥିଲି
ତୁମ ଲାବଣ୍ୟ ଛଟାରେ
ତୁମ ମୁରୁକି ହସରେ
ଅସ୍ତିତ୍ବହୀନ ଥରକୁ ଥର ହେଉଥିଲି
ଆଉ ଶେଷରେ ଏକାନ୍ତରେ
ଶୀତ ରାତିର ନିଭୃତ କୋଣରେ
ପଲଙ୍କରେ ମାରୁଥିଲି ଅନ୍ତହୀନ ଚକାଭଉଁରି
ଫୁଟିଲା ଫୁଲ ପାଖୁଡ଼ା ପରି
ପାଚିଲା ଫଳ ସମ୍ଭାର ପରି
ତୁମକୁ ମୁରୁକି ହସୁଥିବାର ଦେଖି
ମୁଁ ବି ଆପେଆପେ ମୁରୁକି ଦେଉଥିଲି
ଆଖିରେ ଠାରି ଦେଉଥିଲି
ଅଙ୍ଗ ଭଙ୍ଗୀରେ କହୁଥ
ିଲି
ମୁଁ ବି ଗାରଡମେଣ୍ଢା ପରି ଅନୁଧାବନ କରୁଥିଲି
ସତେ ଯେମିତି ଉଜାଣି ସ୍ରୋତରେ
ଭାସି ଚାଲିଲି ସୁଅ ମୁଁହରେ ପତର ପରି
ନିଜର ଅଗଣିତ ସମସ୍ୟା ଜଞ୍ଜାଳ
ତେଲ ଲୁଣର ବିକଟାଳ ହଳାହଳ
ସବୁ ଭୂଲି ଯାଉଥିଲି
ତୁମକୁ ମନେ ମନେ ଭଲ ପାଉଥିଲି
ତୁମ ପାଖେ ପାଖେ ରହିଲେ
ଲାଖି ଲାଖି ବସିଲେ ଶୁଣିଲେ
ଚିନ୍ତା ରହିତ ସମସ୍ୟା ବାଧିତ ହେଉଥିଲି
କାରଣ କଣ ଜାଣିନି
ବାରଣ କଣ ମାନିନି
ସବୁ ଜାଣି ବି ଅଜଣା ରହୁଥିଲି
ଆଉ ମନେ ମନେ ଖୁବ୍ ଖୁସିରେ ବୁଲୁଥିଲି
ବାଛୁରି ଛୁଆ ପରି ଉଲକାପାତିଆ ଡେଉଁଥିଲି