STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଆପେ ଆପେ ଲମ୍ବିଯାଉ

ଆପେ ଆପେ ଲମ୍ବିଯାଉ

1 min
350


ଶ୍ରଦ୍ଧା ସହିତ ତର୍ପଣ ସମର୍ପଣ

ସଫଳତାର ତିନୋଟି ସ୍ତମ୍ଭ ଅର୍ପଣ

ବଳିଦାନ ସହିତ କ୍ରୋଧ ଲାଳନ ପାଳନ

ପରିସ୍ଥିତିକୁ ନେଇ ତୁଣ୍ଡ କୁଞ୍ଚନ ଗର୍ଜନ

ମୋ ମତରେ ବୋଧେ ସତ୍ୟ ଦର୍ପଣ


ପ୍ରେମ ହେଉ ମୀରାବାଈ ପରି ବୈରାଗ୍ୟ

ପ୍ରତୀକ୍ଷା ହେଉ ଶବରୀ ସରି ସୌଭାଗ୍ୟ

ଭକ୍ତି ହେଉ ପବନପୁତ୍ର ସୁମରି ଆହୋଭାଗ୍ୟ


ଶିଷ୍ୟ ହେଉ ଏକଲବ୍ୟ ପରି ଆଦର୍ଶ ଗିରି

ବନ୍ଧୁ ହେଉ କୃଷ୍ଣ ସୁଦାମା ଯୁଗ୍ମ ଯୋଡି ଆବୋରି

ଜୀବନ ହେଉ କରୁଣାସିକ୍ତ ଅନ୍ତସ୍ଵର ପ୍ରହରୀ


ଭାଇ ହେଉ ଭରତ ପରି ଅଗ୍ରଜ ଅନୁସରି

ଭଉଣୀ ହେଉ ସୁଭଦ୍ରା ପରି ଜଗାବଳିଆର ପରୀ

ବାପ ହେଉ ଅଯୋଧ୍ୟା ନରେଶ ଦଶରଥ ସବୁରି

ବୋଉ ହେଉ ମା' ଯଶୋଦା ବାତ୍ସଲ୍ୟନଗରୀ


ସବୁରି ମୂଳରେ ତ୍ୟାଗ ତପସ୍ୟା ରହୁ

କହିବା ଆଗରୁ ମାଗିବା ପୂର୍ବରୁ

ସମସ୍ୟା ଆଗରୁ ଜଞ୍ଜାଳ ପୂର୍ବରୁ

ବିପଦ ଆଗରୁ ଉଧାର ପୂର୍ବରୁ

ସାହାଯ୍ୟର ହାତ ଆପେ ଆପେ ଲମ୍ବିଯାଉ

ସମାଧାନର ସୂତ୍ର ବାହାରିଯାଉ ପ୍ରସରିଥାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational