ଆପେ ଆପେ ଲମ୍ବିଯାଉ
ଆପେ ଆପେ ଲମ୍ବିଯାଉ


ଶ୍ରଦ୍ଧା ସହିତ ତର୍ପଣ ସମର୍ପଣ
ସଫଳତାର ତିନୋଟି ସ୍ତମ୍ଭ ଅର୍ପଣ
ବଳିଦାନ ସହିତ କ୍ରୋଧ ଲାଳନ ପାଳନ
ପରିସ୍ଥିତିକୁ ନେଇ ତୁଣ୍ଡ କୁଞ୍ଚନ ଗର୍ଜନ
ମୋ ମତରେ ବୋଧେ ସତ୍ୟ ଦର୍ପଣ
ପ୍ରେମ ହେଉ ମୀରାବାଈ ପରି ବୈରାଗ୍ୟ
ପ୍ରତୀକ୍ଷା ହେଉ ଶବରୀ ସରି ସୌଭାଗ୍ୟ
ଭକ୍ତି ହେଉ ପବନପୁତ୍ର ସୁମରି ଆହୋଭାଗ୍ୟ
ଶିଷ୍ୟ ହେଉ ଏକଲବ୍ୟ ପରି ଆଦର୍ଶ ଗିରି
ବନ୍ଧୁ ହେଉ କୃଷ୍ଣ ସୁଦାମା ଯୁଗ୍ମ ଯୋଡି ଆବୋରି
ଜୀବନ ହେଉ କରୁଣାସିକ୍ତ ଅନ୍ତସ୍ଵର ପ୍ରହରୀ
ଭାଇ ହେଉ ଭରତ ପରି ଅଗ୍ରଜ ଅନୁସରି
ଭଉଣୀ ହେଉ ସୁଭଦ୍ରା ପରି ଜଗାବଳିଆର ପରୀ
ବାପ ହେଉ ଅଯୋଧ୍ୟା ନରେଶ ଦଶରଥ ସବୁରି
ବୋଉ ହେଉ ମା' ଯଶୋଦା ବାତ୍ସଲ୍ୟନଗରୀ
ସବୁରି ମୂଳରେ ତ୍ୟାଗ ତପସ୍ୟା ରହୁ
କହିବା ଆଗରୁ ମାଗିବା ପୂର୍ବରୁ
ସମସ୍ୟା ଆଗରୁ ଜଞ୍ଜାଳ ପୂର୍ବରୁ
ବିପଦ ଆଗରୁ ଉଧାର ପୂର୍ବରୁ
ସାହାଯ୍ୟର ହାତ ଆପେ ଆପେ ଲମ୍ବିଯାଉ
ସମାଧାନର ସୂତ୍ର ବାହାରିଯାଉ ପ୍ରସରିଥାଉ