Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

Fantasy Others

3  

ASWINI DASH

Fantasy Others

ପ୍ରଜାପତିର ଡେଣା - ୧୯

ପ୍ରଜାପତିର ଡେଣା - ୧୯

1 min
116


ଯୁଦ୍ଧ ଚାଲୁଥାଏ ପ୍ରତିକ୍ଷଣ

କେବେ ଶବ୍ଦରେ, କେବେ ନିନାଦରେ ।

ସେଇଠି ବି ହସନ୍ତି ସେମାନେ

ଗୁଣୁଗୁଣାନ୍ତି ମଦିରା ନିଶାରେ ।

ଶାନ୍ତିର ପ୍ରତୀକ ହେଇ ବି

ବନ୍ଧୁକ ଚଲାନ୍ତି, ବୋମା ଫିଙ୍ଗନ୍ତି

ଗୀତ ଗାଆନ୍ତି ଏକଲାପଣରେ

ଅସ୍ତ୍ରର ଝଙ୍କାର ସଙ୍ଗୀତ ।

ଛୋଟ ଛୋଟ କଥା କହିବାକୁ ଚାହାନ୍ତି

ଆଖିରେ ବିସ୍ମୟ, ଯୁଦ୍ଧର ଜିଜ୍ଞାସା ନେଇ

ପରିବାର, ନବ ବିବାହିତା ପତ୍ନୀ କଥା  ।

ଫେରି ପାରନ୍ତିନି ପ୍ରେମର ପିପାସୁ ହେଇ

ଛାଡି ପାରନ୍ତିନି ଅସ୍ତ୍ର

ଯୁଦ୍ଧ ତ ଦେଶର, ସେମାନେ ବି ଦେଶର ।

ଉଡିପାରିବୁ ତ ପକ୍ଷୀ ସେମାନଙ୍କ ରାସ୍ତାରେ

ହସିପାରିବୁ ତ ଗୁଳିର ଶବ୍ଦରେ

ଗାଇ ପାରିବୁ ତ ଗୀତ ।

ପ୍ରତିକ୍ଷଣ ଯୁଦ୍ଧ ଚାଲେ ଏଇଠି

କେବେ କେବେ ଦେଶର

ଆଉ କେବେ ଜୀବନର ।

ଯୁଦ୍ଧକ୍ଷେତ୍ରେ ସମୟ ହିଁ ଖେଳୁଥାଏ ସମୟ ସହିତ

ଆମେ ଜୀବନର ପ୍ରତୀକ, ଶାନ୍ତିର ଦୂତ ।


Rate this content
Log in

Similar oriya poem from Fantasy