STORYMIRROR

ASWINI DASH ଅଶ୍ୱିନୀ ଦାଶ

Others

4  

ASWINI DASH ଅଶ୍ୱିନୀ ଦାଶ

Others

ବୁଝାମଣା

ବୁଝାମଣା

1 min
351

କିଛି ବୁଝାମଣା ଥାଏ ବଂଚିବାରେ,

ସୂର୍ଯ୍ୟ ଉଦୟ ହୁଏ, ଅସ୍ତ ଯାଏ,

ଜହ୍ନ ଆଲୋକ ଦିଏ,

ଅନ୍ଧାର ବି ହୁଏ,

ପୃଥିବୀ ବି ଘୁରୁଥାଏ 

ନିଜ ଚାରିପଟେ

ଦୁର୍ଘଟଣା ଓ ଘଟଣାରେ।


କାହା ସହ କଥାଭାଷା,

ସ୍ମିତହାସ୍ୟ ଥିଲେ ବି

ଛୁଇଁବାରେ ଥାଏ ଶୂନ୍ୟତା,

ପ୍ରେମରେ ବି

ଘୃଣାରେ ବି।


କିଛିକ୍ଷଣ ନିଦ୍ରାରେ ସ୍ବପ୍ନ ବି ନଥାଏ,

ଶରୀରରେ ଉଷ୍ମତା ତ ନଥାଏ,

ଜୀଇଁବାକୁ ପଡେ 

ଘୃଣାରେ, ପ୍ରେମରେ।


କାହାକୁ କହି ହୁଏନା କିଛି,

ଷଡଯନ୍ତ୍ର ଖେଳାହୁଏ ପ୍ରତି ମୁହୂର୍ତ୍ତରେ,

କିଛି ନିଜ ଲୋକ, କିଛି ଅସହ୍ୟ ପଣର,

କିଛି ସହିବାକୁ ହୁଏ,

କିଛି ପୁଣି ଭୁଲିବାକୁ।


ଜୀବନ ତ ଯନ୍ତ୍ରଣାର ଅନ୍ୟତମ ବନ୍ଧୁ,

କିଛି କଥା ମିଛଟାରେ ସହିବାକୁ ହୁଏ,

ସତ୍ୟ କହିଲେ ଦୁର୍ନାମ

ତଥାପି ବଂଚିବାକୁ ହୁଏ।


କିଛି ମିଛ କଥା ବିଞ୍ଛି ପଡିଥାଏ

ଅଗଣାରେ,

କିଛି ସତ କଥା ଉଡି ବୁଲଥାଏ

ଆକାଶରେ,

କିଛି ବୁଝାମଣା ନଥାଇ ବି

ଚୁପଚାପ ହେଇଯାଏ ସମୟ।


କିଛି କଥା ବି ନାହିଁ,

ସେମାନଙ୍କ ସହ ଯୁଦ୍ଧ ବି କରିବାର ନାହିଁ,

ପରାଜିତ ସେମାନେ ସେଥିପାଇଁ ଉଗ୍ର,

ମିଥ୍ୟା ବଚନରେ ବି ପରାସ୍ତ ସେମାନେ

ନିଜ ପାଇଁ ହିଁ ସନ୍ଧି,

ନିଜ ପାଇଁ ହିଁ ମୁହୂର୍ତ୍ତ।


କିଛି ବି କହିହୁଏନା,

ସେମାନେ ବଂଚିଲେ ବି

ଷଡଯନ୍ତ୍ର ସେମାନଙ୍କ,

ମୃତ୍ୟୁ ବି ସେମାନଙ୍କ।


ବୁଝାମଣା

ତଥପି ବି ଥାଏ,

ଜୀଇଁବାରେ,

ମରଣରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍