STORYMIRROR

ASWINI DASH ଅଶ୍ୱିନୀ ଦାଶ

Abstract

4  

ASWINI DASH ଅଶ୍ୱିନୀ ଦାଶ

Abstract

ଈଶ୍ୱରଙ୍କୁ ପଦେ

ଈଶ୍ୱରଙ୍କୁ ପଦେ

1 min
245

କେବେ ସାମ୍ନା ହେଇନଥିବା

ତମ ପାଇଁ ଲେଖିବି କି କବିତା!


ପ୍ରତି ମୁହୂର୍ତ୍ତରେ ଠିଆ ହେଇଥିବା ଲୋକେ

ସମୟର ଜଳାଞ୍ଜଳି ଦେଇ 

ଅସହାୟତାକୁ ଭାବନ୍ତି ନିର୍ବାଣ,

ଲୁହକୁ ବର୍ଷା,

ନିଶ୍ୱାସକୁ ବତାସ,

ଅନ୍ଧାରକୁ ତମ ବରଦାନ।


କେଉଁମାନଙ୍କ ସହ ଲଢ଼ିବେ ଯୁଦ୍ଧ,

ସମୟ ତ ନିର୍ଘଣ୍ଟ କରିଥାଅ ତମେ,

ନିଜ ଛାଇ ସହ ଯୁଦ୍ଧ କରୁ କରୁ

ପାହି ସାରି ଥାଏ ରାତି,

ନୂତନ କୁରୁକ୍ଷେତ୍ର ଆଡକୁ ପୁଣି ଯାତ୍ରା।


ସେମାନଙ୍କ ସହ ସାମନା କରିପାରିନି କେବେ,

ତମ ବିଶ୍ୱାସୀ ସେମାନେ,

ତମ ଭକ୍ତ ଓ ଭୟାର୍ତ୍ତ ବି,

ତମ ବିରୁଦ୍ଧର ବଚନରେ

ମୋ ସମ୍ଭାବନା

ମୂର୍ତ୍ୟୁ କିମ୍ବା ରକ୍ତାକ୍ତ।


ଚେତନା କଣ,

କିଏ ଜାଣିପାରେ ପ୍ରଭୂ,

ସବୁ ସତ୍ୟତାର ଅବିଶ୍ୱାସୀ ସେମାନେ,

ତେଣୁ ତ ମୁଁ ନାସ୍ତିକ।


ତମ ଦେହ ଓ ବିଦେହର କଥା କହିବି ବା କଣ,

ମୋ କବିତା ପ୍ରତି ଅବିଶ୍ୱସ୍ତ ସେମାନେ,

ମୋତେ ମୃତ୍ୟୁ ଦେବେ,

କରିବେ ବି ଘୃଣା ।


ତମକୁ ବିଶ୍ୱାସ କରେ କି ନ କରେ,

ଯଦି ଥାଅ ଚାଲି ଆସ।


ତମ ଶକ୍ତି ଓ ଅସ୍ତ୍ର ଦିଅ ପ୍ରଭୂ!

ଚାଲିସରିଥିବା ଅସହାୟତାର ଅଗ୍ନିରେ

ଜଳ ଛିଞ୍ଚି ଦିଅ।


ଆଉ କିଛି କହିବାର ଅସ୍ବର୍ଦ୍ଧା ନାହିଁ ମୋର,

ତମ ପାଖକୁ ଯିବା ପାଇଁ ହୁଏତ ମରିବାକୁ ହେବ,

ନିର୍ବାଣ ଚାହେଁନି ମୁଁ,

ସେଇ ପଥର ପାଇଁ ଜିଇଁବାକୁ ଚାହେଁ,,

ଯାହା ପାଇଁ ବିଶ୍ୱସ୍ତ ସେମାନେ,

ସେମାନଙ୍କ ଅନ୍ଧପଣ ଫିଟାଇବାକୁ ଚାହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract