STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

4  

ASWINI DASH ଅଶ୍ୱିନୀ ଦାଶ

Romance

ନାଚାର ମୁଁ

ନାଚାର ମୁଁ

1 min
193

ଜାଣିନି !

ନୀରବତା କଣ କହିପାରେ।

ଅଧା ତିଆରି ହେଇଥିବା ହୃଦୟରେ

ରକ୍ତର ଗାର ପକାଉ ପକାଉ

ବିତି ଯାଉଥାଏ ସମୟ।


ମୁହୂର୍ତ୍ତ ହଜିଯାଇଥିବା ଜିନିଷ ସବୁକୁ

ସଂଚିକି ରଖିଥାନ୍ତା ନା କଣ

ଭୟର ଉଜାଣି ସ୍ରୋତରେ

ଭାଙ୍ଗି ଯାଏ ସବୁ।


କଣ ବା କରିପାରିବ ସମୟ!

ପଛକୁ ନିଜେ ଫେରିପାରେନା କେବେ,

ଆଗକୁ ଯାଇଥିବା ରାସ୍ତାରେ

କିଛି ପଦଚିହ୍ନ ବି ଲିଭି ଯାଉଥାଏ।


ନାଚାର ବି ମୁଁ

କିଛି ଗଢୁ ଗଢୁ ଡେରି ହେଇଯାଏ,

ଫେରିପାରେନା ତମ ପାଖକୁ

ହୃଦୟର ତିଆରି ଅଧା ହିଁ ସରିଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance