STORYMIRROR

ASWINI DASH ଅଶ୍ୱିନୀ ଦାଶ

Romance

3  

ASWINI DASH ଅଶ୍ୱିନୀ ଦାଶ

Romance

ନୀରବତା କଣ କହିପାରେ

ନୀରବତା କଣ କହିପାରେ

1 min
177

ଜାଣିନି !

ନୀରବତା କଣ କହିପାରେ।

ଅଧା ତିଆରି ହେଇଥିବା ହୃଦୟରେ

ରକ୍ତର ଗାର ପକାଉ ପକାଉ

ବିତି ଯାଉଥାଏ ସମୟ।


ମୁହୂର୍ତ୍ତ ହଜିଯାଇଥିବା ଜିନିଷ ସବୁକୁ

ସଂଚିକି ରଖିଥାନ୍ତା ନା କଣ

ଭୟର ଉଜାଣି ସ୍ରୋତରେ

ଭାଙ୍ଗି ଯାଏ ସବୁ।


କଣ ବା କରିପାରିବ ସମୟ!

ପଛକୁ ନିଜେ ଫେରିପାରେନା କେବେ,

ଆଗକୁ ଯାଇଥିବା ରାସ୍ତାରେ

କିଛି ପଦଚିହ୍ନ ବି ଲିଭି ଯାଉଥାଏ।


ନାଚାର ବି ମୁଁ

କିଛି ଗଢୁ ଗଢୁ ଡେରି ହେଇଯାଏ,

ଫେରିପାରେନା ତମ ପାଖକୁ

ହୃଦୟର ତିଆରି ଅଧା ହିଁ ସରିଥାଏ।



Rate this content
Log in

Similar oriya poem from Romance