ଗୋଟିଏ ସର୍ତ୍ତ
ଗୋଟିଏ ସର୍ତ୍ତ
ଏମିତି ଅନେକ ସର୍ତ୍ତ ରେ ଜୀବନ,
ତଥାପି ଗୋଟିଏ ତୋ ପାଇଁ।
ଫେରିବୁନି କେବେ ଏଇ ସମୟକୁ,
ନଦୀ କୂଳର ରାସ୍ତା ଦେଇ,
ସେଇ ଗଛ ନିକଟକୁ।
ତୋ ଚାହାଣୀରେ ବଂଶୀ ବାଜୁଥିଲା,
ତୋ କବରୀ ର ବାସ୍ନାରେ ଶିହରିତ ଥିଲି ମୁଁ,
ଝଡ଼ୁଥିଲେ ଫୁଲ ଆକାଶରୁ।
ସ୍ୱପ୍ନକୁ ଉଡେଇ ଦେଇ
ସ୍ମୃତିରେ ହି ବଂଚିଲୁ ।
ସେଇ ଦିନ ପରି ଆଜି ବି ଫୁଙ୍କୁଚି ବଂଶୀ,
ଚିରକାଳର ସ୍ଵନ ମୁଁ,
ସମାଜର ଯନ୍ତ୍ରଣାରେ ବିଗ୍ଧ ,
ତୁ ଗୋଟିଏ ପକ୍ଷୀ ଜୀବନର।
କେବଳ ଗୋଟିଏ ସର୍ତ୍ତ,
ଫେରିବୁନି ତୁ।