STORYMIRROR

Gitanjali Pujapanda

Tragedy Inspirational

3  

Gitanjali Pujapanda

Tragedy Inspirational

ପ୍ରଜାପତି ଆଣିଛି ଏକ ଶହୀଦର ଚିଠି

ପ୍ରଜାପତି ଆଣିଛି ଏକ ଶହୀଦର ଚିଠି

2 mins
205


ଏ ପ୍ରଜାପତି ନବୁ କି ମୋ ଚିଠି

ଚିଠି ନୁହେଁ ସେ ଚୋରା ଚଇତି,

ତାର ସେ ଭୁରୁଭୁରୁ ବାସ୍ନାରେ

ଯାଏ ମୋ ମନ ମାତି,

ଚିଠି ଲେଖୁଛି ମୁଁ ମୋ ଛାତି ଲହୁରେ

କି କହିବି ତୁମକୁ ହେ ପ୍ରିୟ ପ୍ରଜାପତି

ମୋ ପ୍ରିୟାକୁ ଦେଖିଲା ଦିନୁ

ମୋ ନିଦ ଯାଇଛି ହଜି ତାର

ସେ ଜୋତ୍ସ୍ନା ପରି ଶୀତଳ

ସ୍ପର୍ଶରେ ଭିଜୁଛି ଖୋଜୁଛି ହଜୁଛି ମୁଁ ନିତି।

ବିରହର ନିଆଁରେ ମୁଁ ଜଳୁଛି

ଏଠି ହେଲେ ମତେ ମନେ ପକେଇ

ପ୍ରିୟା ମୋର କି??ଭଲ ରେ ଅଛି ।

ପଚାରିବ ତାକୁ ସେ ମତେ ଛାଡି

ରହି ପାରୁଛିକି ??ମୋ ବିରହର

ନିଆଁ ତାକୁ ଜଳାଉନି କି ??

ମୋ ବିନା କେମିତି ସେ ବଞ୍ଚିପାରୁଛି କି??

ବଞ୍ଚିବାକୁ ତାକୁ ହେବ ମୋ ବିନା ,ମୁଁ

ଜାଣିପାରୁଛି ମୁଁ ମୋ ଦେଶ

ପାଇଁ ଜୀବନ ଦେଇ ଶହୀଦ ଆଜି

ମୋ ଦେଶର ଶତ୍ରୁକୁ ମାରି ବୀରଗତି

ପାଇଛି ସେ ହିଁ ମୋ ପାଇଁ ଅମୂଲ୍ୟ ଗତି ।

ତା'ରି ଭରଷାରେ ,ମୋ ସଂସାର ତା "ପାଖେ

ଛାଡି ଆସିଛି ଦେଶ ସେବାରେ ଜୀବନ

ମୋ ବିକି ଦେଇଛି ମନ ପ୍ରାଣ ଦେଇ

ମୋ ଭାରତ ବର୍ଷ ସହିତ ମୋ ମାଟି ଓଡ଼ିଆର

ଟେକ ରଖିଛି।

ସେଥିରେ ମୋ ପ୍ରିୟା ସୁଖି ନୁହେଁ କି???

ପ୍ରିୟାର ପ୍ରିୟକୁ ଚିଠି

ହେ ମୋର ପ୍ରିୟ ପ୍ରଜାପତି

ନିଅ ମୋ ଚିଠି ଦିଅ ମୋ

ପ୍ରିୟକୁ ବିରହର ନିଆଁରେ

ମୁଁ ବି ଜଳୁଛି ଏଠି ହେଲେ ଏ

ସମାଜର ନିତିଗତି ମୋର

ପାଦରେ ବେଡି ବାନ୍ଧିଛି ମୋ

ମନର ସେ ଅସ୍ପଷ୍ଟ ଭାବନା

କାରଣ ଖୋଜୁଛି ଖାଲି ତାଙ୍କରି

ପ୍ରେମ ରଜନୀଗନ୍ଧାର ଭୁରୁଭୂରୁ

ବାସ୍ନାକୁ ଛାତିରେ ରଖି କଥା କୁହା

ଆଖି ଦୁଇଟିକୁ ମୋ ମନକୁ ବାନ୍ଧିଛି

ଆଜି ଯାଏଁ ମୁଁ ବଞ୍ଚି ପାରିଛି ,

ତାଙ୍କରି କର୍ତ୍ତଵ୍ୟକୁ ମୁଁ ମୋ ଜୀବନ ଭାବିଛି

ଯେତେ ଦୁଃଖ କଷ୍ଟ ହେଲେବିମୁଁ

ମୋ ପ୍ରିୟକୁ ଭୁଲି ପାରିବି କି ??

ତିଳ ତିଳ ମରି ମରି ମୁଁ ବଞ୍ଚିଛି,

ଜାଣିଛି ମୋ ପ୍ରିୟ ଆଉ ସ୍ୱଦେହରେ

ମୋ ପାଖକୁ ନ ଆସି ପାରନ୍ତି

ଦେଶ ପାଇଁ ଦେଇ ଜୀବନ ,

ସେ ଆଜି ଶହୀଦ ବୋଲାନ୍ତି ଆଉ ମୋ

ମନରେ ଲୁହର ସାଗର ଛାଡି ଦେଇ

ସେ ଅଫେରନ୍ତା ରାଇଜକୁ

ଯାଇଛନ୍ତି ଚାଲି ହେଲେ ମୋ

ହୃଦୟକୁ କଠିନ କରି ମତେ ବଞ୍ଚିବାକୁ

ହେବ ଏଠି ତାଙ୍କୁ କହିବ ଆଉ ଥରେ

ସେ ମୋ ପାଖ କୁ ଫେରିଆସିବେକି ??

ତେବେ ଯାଇ ମୁଁ ହୋଇପାରିବି ସୁଖୀ।

ହେ ମୋର ପ୍ରିୟ

ଦେଶବାସୀ ତୁମେ ମୋ ମନ ର

କଷ୍ଟ ବୁଝି ପାରୁଛକି ??ଆଜି ଏ

ଅଗଷ୍ଟ ପନ୍ଦରରରେ ମୁଁ ଏକ ଶହୀଦର

ପ୍ରିୟା ତୁମକୁ ପଚାରୁଛି ଯିଏ ଦେଶ ପାଇଁ

ଜୀବନ ପ୍ରାଣ ଦେଉଛି ସେ କଣ ??ତୁମ ଠାରୁ

ଆଶା କରୁଛି ଦେଶ ଭିତରେ ରହି ଦେଶର

ତୁମେ ବି ପାଲଟିଯାଅ ଗୋଟେ ଗୋଟେ

ସୈନିକ ଆଉ ସମୂଳେ ଧ୍ୱଂସ କର ସେ

ଭିତରେ ଶତ୍ରୁକୁ, ଅଶିକ୍ଷା, ଅରାଜକତା,

ହିଂସା, ଆଉ ଦେଶରେ ଥିବା ମନ୍ଥରାମାନଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy