ପ୍ରିୟତମା
ପ୍ରିୟତମା
ତୁମ ସଜମଲ୍ଲିଫୁଲ ଗଜରାରେ
ଜୀବନ ନଉକା ବହିବାରେ
ଚନ୍ଦନ ତୁଳସୀ ମହକେ ମହକି
ସନ୍ଧ୍ୟାବତୀ ହାତେ ଚଉରାମୂଳେ
ସଂସାର ଅସାର ଭାବନା କାରେ
ମୁଁ ସପନ ବଣିକ ତୁମେ ମୋ ମାଣିକ
ଦୁଃଖ ଆଉ ସୁଖ ଦୁଇ ନାଆ ରେ
ସତ ମୁଁ କହୁଛି ଦେହ ବି ଛୁଉଁଛି
ତୁମ ଅବଗୁଣ୍ଠନ ଭିତରେ ସଉଦା କରେ
ଜୀବନଟା ଲାଗେ ଜୀବନ୍ତ ଜୀବନ୍ତ
ତୁମେ ଥିଲେ ପାଶେ ଚଲା ପଥରେ
ନିଝୁମ ରାତିରେ ଅବା ଅନ୍ଧକାରରେ l

