STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

## ପ୍ରିୟତମା ##

## ପ୍ରିୟତମା ##

1 min
150


ଜୀବନର ମୋର ଚଲା ପଥ ପରେ

   ଯିଏ ଭରେ ମନେ ପ୍ରୀତି 

ପ୍ରିୟ ସଖୀ ମୋର ପ୍ରିୟତମା ପରା

   ସିଏ ତ ଜୀବନ ସାଥୀ ।।

ନୀଳ ଆକାଶର ନୀଳ ପରୀ ଅଟେ

   ଝରଣା ସେ କଳ କଳ

ସ୍ନିଗ୍ଧ ପାରାବାର ବାଲୁକା ଶେଯରେ

   ଉତୁଙ୍ଗ ତରଙ୍ଗ ମାଳ ।।

କଣ୍ଠରେ ଭରା ତା ମଧୁର ମୂର୍ଚ୍ଛନା 

   ଓଠେ ମିଠାମିଠା କଥା

ମନ ଜିଣି ନିଏ ନହୁଲି ବେଶ ତା

   କାହାକୁ ଦିଏନି ବ୍ୟଥା ।।

ତାକଥା ଭାବିଲେ ନିଦ ଆସେନାହିଁ 

   ପାହିଯାଏ ସବୁ ରାତି

ତାର ଶିହରଣେ ପ୍ରେମ ଅନୁରାଗେ

   ଭରିଯାଏ ପ୍ରାଣେ ଫୂର୍ତ୍ତି ।।

ମେଘ ରାଇଜରୁ ଆସି ଅଛି ପରା

   ଜହ୍ନ ପରି ତାର ବେଶ

ତା ରୂପ ସୌରଭେ ବଶୀଭୂତ ସବୁ

   ହୃଦୟର ଅବଶୋଷ ।।

ନାନା ଆଲୋଡନ ପୁଣି ସମ୍ବେଦନ

   ଭରିଥାଏ ମୋର ମନେ

ଦିନ ରାତି ଖାଲି ବିନାଶିତ କଳ୍ପେ

   ଦେଖଇ ତାକୁ ସପନେ ।।

ଭାବିଭାବି ମୋର ଭାବନା ସରେନି

   କାମନା ଆବେଗ ଆସେ

ଯେତେ ଚାଲିଲେବି ପହଞ୍ଚିଥାଏ ମୁଁ 

   ପ୍ରିୟତମା ପ୍ରୀତି ପାଶେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance