ପ୍ରିୟାକୁ ମାଗିଲି ପ୍ରେମ
ପ୍ରିୟାକୁ ମାଗିଲି ପ୍ରେମ
ଜହ୍ନ କୁ ମାଗିଲି ଜୋଛନା ଟିକିଏ
ନିଦକୁ ମାଗିଲି ସ୍ବପ୍ନ
ରାତିକୁ ମାଗିଲି ପରଶ ଟିକିଏ
ପ୍ରିୟାକୁ ମାଗିଲି ପ୍ରେମ ।
ଜହ୍ନ ହସୁଥିଲା ଫୁଲ ସବାରୀରେ ।ମ
ରୂପେଲି ଜ୍ୟୋତ୍ସ୍ନାକୁ ମାଖି
ରାତି ବିତିଗଲା ଉଜାଗରେ ମୋର
ନିଦ ଛୁଇଁଲାନି ଆଖି
ସପନ ଯେତେକ ଅପସରି ଗଲା
ପରଶି ତା' ଶିହରଣ ।
ଅଳସୀ ଆଖିରେ ନିଦୁଆ ସପନ
ନୀଶିଥ ଚାନ୍ଦିନୀ ରାତେ
ଦ୍ବିତୀୟା ଚାନ୍ଦିନୀ ହସୁଥିଲା ତାର
ଲାଜେଇ ଲାଜେଇ ଓଠେ
ସାତ ଋତୁ ଭରା ସଂଦଦ ପସରା
ଦାନେ କଲା ସମର୍ପଣ ।

