STORYMIRROR

Prabhanjana Tripathy

Romance

2.8  

Prabhanjana Tripathy

Romance

ପ୍ରିୟା

ପ୍ରିୟା

1 min
415


ଏମିତି ମତେ ଛୁଇଁ ଦେଇ ଜା

ନ ଛାଡୁ ଛୁଇଁବା ଗନ୍ଧ,

ଏମିତି ମୋ କାନେ ଗାଇ ଦେଇଯା

ନ ସରୁ ସଙ୍ଗୀତ ଛାନ୍ଦ ।


ଏମିତି ରାତି ଟେ ଦେଇ ଜା'ମତେ

ସ୍ବପ୍ନ ନ ସରୁ ଆଉ,

ଏମିତି ସ୍ବପ୍ନ ଦେଇ ଜା ମତେ

କେବଳ ତୋ ପ୍ରିତୀ ଥାଉ ।


ଏମିତି ପ୍ରିତୀ ଦେଇ ଜା ମତେ

ନହୁ ପ୍ରତାରଣା ଦାଉ,

ଏମିତି ଉତାପ ହୃଦୟେ ଦେ

ତାତୁ ଥାଉ ଦାଉ ଦାଉ ।


ଏମିତି କଅଁଳ କିରଣ ଦେ ଯେ

କୃତାର୍ଥ ହେଉ ମୋ ମନ

ଏମିତି ଉଜ୍ଵଳ ଆଲୋକ ଦେଇଯା

ଅମାବାସ୍ୟା ହନୁ ଜହ୍ନ ।


ଏମିତି ବାଶର ମହକ ଦେଇ ଜା

ଗନ୍ଧ ନ ଛାଡୁ ଦେହୁ,

ଭରିଦେଇ ଜା ମୋ ଦେହେ ଅତର

ବାସୁ ଥାଉ ମହୁ ମହୁ ।


ଏମିତି ତ୍ରୁପ୍ତୀ ଆତ୍ମାରେ ମୋର

ଭରି ଯାଇଥିବୁ ପ୍ରିୟା,

ଆଉ କୋଉ ଫୁଲ ପାଖୁଡା ମେଲି,

ତୁ ମୋର ମୁଁ ତୋର ରେ ରହି,

ଅଘାବରା ଥିବ ଜୀଆ ।


Rate this content
Log in

Similar oriya poem from Romance