ପ୍ରିୟା ମୋର ପରଦେଶୀ
ପ୍ରିୟା ମୋର ପରଦେଶୀ
ମୁମ୍ବାଇ ସହରେ ବାଟ ଚାଲୁ ଚାଲୁ
ପାଇଥିଲି ସାଥୀଟିଏ
ଥିଲା ପରଦେଶୀ ଲିପ୍ସା ନାମୀ ସେଇ
ସୁକୁମାରୀ ପରୀ ଟିଏ
ହାତରେ ଧରିକି ଗିଟାଡ୍ ଗୋଟିଏ
ସାତସୁରେ ଗାଏ ଗୀତ
ଗୀତର ସୁରରେ ଚୋରି କଲା ମନ
ହେଲି ମୁଁ ଯେ ତାର ମିତ
କିଛି ଦିନ ଅନ୍ତେ କହିଲା ସେ ମୋତେ
ଲୁହକୁ ଢାଳି ଆଖିରୁ
ଫେରିବାକୁ ହେବ ଆପଣା ଦେଶକୁ
ଆସିଥିଲି ଯେଉଁ ଠାରୁ
ମାଗୁଛି ବିଦାୟ ଦୋଷ ନ ଧରିକି
ଦିଅ ହେ ବିଦାୟ ମୋତେ
ଭୁଲି ପାରିବିନି ତୁମ ସ୍ନେହ ପ୍ରେମ
ଚେଷ୍ଟା କରିଲେବି ଯେତେ
ତାର କଥା ଶୁଣି ହସି ଦେଇ ଟିକେ
ଆଖି ଲୁହ ଦେଲି ପୋଛି
କହିଲି ମୁଁ ଲିପ୍ସା ଯାଉ ତୁମେ ଫେରି
ବିଦାୟ ଦେଉଛି ହସି
ମନେପଡେ ଯଦି କେବେ କଥା ମୋରି
ହୃଦୟରେ ହାତ ରଖି
ଆଖିକୁ ବୁଜିକି ଭାବି ଦବ ଟିକେ
ହୃଦୟେରେ ଥିବି ବସି....
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ ଗଞ୍ଜାମ