STORYMIRROR

Jagabandhu Sahu

Tragedy

3  

Jagabandhu Sahu

Tragedy

ପ୍ରିୟା ମୋର ପରଦେଶୀ

ପ୍ରିୟା ମୋର ପରଦେଶୀ

1 min
363


ମୁମ୍ବାଇ ସହରେ ବାଟ ଚାଲୁ ଚାଲୁ

ପାଇଥିଲି ସାଥୀଟିଏ

ଥିଲା ପରଦେଶୀ ଲିପ୍ସା ନାମୀ ସେଇ

ସୁକୁମାରୀ ପରୀ ଟିଏ

ହାତରେ ଧରିକି ଗିଟାଡ୍ ଗୋଟିଏ

ସାତସୁରେ ଗାଏ ଗୀତ

ଗୀତର ସୁରରେ ଚୋରି କଲା ମନ

ହେଲି ମୁଁ ଯେ ତାର ମିତ

କିଛି ଦିନ ଅନ୍ତେ କହିଲା ସେ ମୋତେ

ଲୁହକୁ ଢାଳି ଆଖିରୁ

ଫେରିବାକୁ ହେବ ଆପଣା ଦେଶକୁ

ଆସିଥିଲି ଯେଉଁ ଠାରୁ

ମାଗୁଛି ବିଦାୟ ଦୋଷ ନ ଧରିକି

ଦିଅ ହେ ବିଦାୟ ମୋତେ

ଭୁଲି ପାରିବିନି ତୁମ ସ୍ନେହ ପ୍ରେମ

ଚେଷ୍ଟା କରିଲେବି ଯେତେ

ତାର କଥା ଶୁଣି ହସି ଦେଇ ଟିକେ

ଆଖି ଲୁହ ଦେଲି ପୋଛି

କହିଲି ମୁଁ ଲିପ୍ସା ଯାଉ ତୁମେ ଫେରି

ବିଦାୟ ଦେଉଛି ହସି

ମନେପଡେ ଯଦି କେବେ କଥା ମୋରି

ହୃଦୟରେ ହାତ ରଖି

ଆଖିକୁ ବୁଜିକି ଭାବି ଦବ ଟିକେ

ହୃଦୟେରେ ଥିବି ବସି....


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy