STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ପ୍ରିୟା ମୋ ପ୍ରିୟା

ପ୍ରିୟା ମୋ ପ୍ରିୟା

1 min
2.8K

ଝାପସା ଝାପସା ଦିନେ ଚାନ୍ଦିନୀ ରାତିରେ

ଦେଖିଥିଲି ମୋ ପ୍ରିୟାକୁ

ହରିଣୀ ଚାହାଣୀ ଚଞ୍ଚଳ ନୟନା

କିଣି ନେଲା ମୋ ମନକୁ


ଦେଖୁଥିଲି ଦିନେ ସ୍ବପ୍ନରେ ଯାହାକୁ

ଅନାମିକା ନାୟିକା ପରି

ଭାଗ୍ୟ ହାତରେ ମୋ ଧରା ଦେଇଗଲା

ସରଗର ଅପ୍ସରୀ


ଲାଗୁଥିଲା ସତେ ମିଳିଗଲା ମୋତେ

ଦୁନିଆଁ ଯାକର ଖୁସି

ଭାବନାରେ ସିନା ବୁଡ଼ି ରହିଥିଲି

ମୋ ପ୍ରିୟା ଆଖିରେ ଆଖି ଯାଇଥିଲା ଲେଖି


ନୟନ ଯେପରି କଥାକୁହା ଦୁଇ

ଶ୍ୱେତ ମୋତିରେ ଗଢ଼ା

ତାହାରି ମଝିରେ ସୁଶୋଭିତ ଦିଶେ

କଳା କଳା ଦୁଇ ଡୋଳା


ମୁକୁଳା କେଶ ତା ସାଗର ଲହଡ଼ା

କଳା ମେଘମାଳା ପରି

ଓଠ ଲାଗେ ଗୋଟେ ଗୋଲାପ ପାଖୁଡ଼ା

ହସୁଥିଲା ଖିଲିଖିଲି


କେଜାଣେ ବିଧାତା କେମିତି ଗଢିଲା

ନିରୁପମା ବଧୂ ପ୍ରିୟାକୁ ମୋର

ପ୍ରକୃତି ସୁଷମା ଫୁଟି ଉଠୁଅଛି

ଅଙ୍ଗେ ଅଙ୍ଗେ ଯେ ତାହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance