ପ୍ରିୟ ଗୁରୁ
ପ୍ରିୟ ଗୁରୁ


ଅନ୍ଧାର ରୂପକ ଅଜ୍ଞାନ ଭିତରୁ
ଜ୍ଞାନର ପଥ ଦେଖନ୍ତି
ସ୍ନେହ ପ୍ରେମ ଆଉ ମମତାରେ ଭରି
ଜୀବନେ ଚାଲିବା ଶିଖାନ୍ତି।
ଗୁରୁ ବିନା ଏଠି ଜୀବନର ମାନେ
ଅଜ୍ଞାନ ଅନ୍ଧକାର ଅଟେ
ଗୁରୁଙ୍କ ପରଶେ ଜୀବନ ତ ଏଠି
ଜ୍ଞାନର ଆଲୋକ ଭରେ ।
ପୁରାଣରେ ପୁଣି ଗୁରୁ ଭକ୍ତିର
ଅଛି ଯେ କେତେ ଉଦାହରଣ
ଏକଲବ୍ୟ ଆଉ ଆରୁଣିଙ୍କ ଗାଥା
ଗୁରୁ ଭକ୍ତିର ଶ୍ରେଷ୍ଠ ନିଦର୍ଶନ।
ଗୁରୁ ଶିଷ୍ୟର ଏ ପରମ୍ପରା
କାହି
ଁ ଯେ କେତେ ଯୁଗର
ଗୁରୁଙ୍କ ସ୍ପର୍ଶରେ ଜୀବନ ପରା
ଆଲୋକିତ ହୁଏ ଆମର ।
ପିତା ମାତା ଆଉ ଶିକ୍ଷା ଦୀକ୍ଷା ଗୁରୁ
ଜୀବନେ ଆସନ୍ତି ଆମ
ଏ ଚାରି ଗୁରୁଙ୍କ ପରଶରେ ପରା
ମହକି ଉଠଇ ଆମ ।
ଆମ ଜୀବନରେ ଗୁରୁଙ୍କ ମହେତ
ବୁଝିଥିଲେ ଜଣେ କେହି
ତାଙ୍କ ଜନ୍ମ ଦିନ ଗୁରୁଙ୍କ ଉଦ୍ଦେଶ୍ୟ
ତ୍ୟାଗ କରିଗଲେ ସେହି ।
ସେହି ମହାନ୍ ବ୍ୟକ୍ତି ତ
ସର୍ବପଲ୍ଲୀ ରାଧାକ୍ରିଷ୍ଣନ
ତାଙ୍କ ପାଦତଳେ ପ୍ରଣିପାତ ମୋର
ପ୍ରିୟ ଉଦ୍ଦେଶ୍ୟ ମୋର।