STORYMIRROR

Raja Sekhar CH V

Romance

3  

Raja Sekhar CH V

Romance

ପ୍ରିୟ ବାର୍ତ୍ତା

ପ୍ରିୟ ବାର୍ତ୍ତା

1 min
16

ଥିଲା ନିରସ ମୋର ଅର୍ଥହୀନ ଜୀବନ,

ଆସିଲ ହୋଇ ଏକ ଭିନ୍ନ ଉପଢୌକନ,

ରୁଣୁଝୁଣୁ ପ୍ରେମବୃଷ୍ଟିର କରିଲ ଉଦ୍ଦୀପନ,

ଗୁଣୁଗୁଣୁ ପ୍ରଣୟଗୀତିର କରିବା ଗାୟନ।୧।


ହେଲା ତୁମ ସହିତ ଯେବେ ମିଳନ,

ବୋହିଲା ମାନସରେ ପ୍ରେମ ପବନ,

ଆସିଲେ ନୂଆ ନୂଆ ସୁନ୍ଦର ସପନ,

କରୁଛି ଏ ପ୍ରିୟତର କଥାର ଜ୍ଞାପନ।୨।


ବରଷିଲେ ମେଘ ଘନଘନ ଘନଘନ,

ଶୁଭିଲା ପ୍ରେମବୃଷ୍ଟିର ଗର୍ଜନ ଗୁଞ୍ଜନ,

ପ୍ରେମବିନ୍ଦୁ ପରି ଛିଟିକିଲା ଯୌବନ,

ଏ ରମ୍ୟ ବାର୍ତ୍ତାର କରୁଛି ଉପସ୍ଥାପନ |୩|


ହେଲା ଯେବେ ତୁମର ପ୍ରିୟଦର୍ଶନ,

ହେଲା ନୂତନ ଭାବନାର ଆନୟନ,

କରି ପାରିବିନି ଯାହାର ମୂଲ୍ୟାୟନ,

ପୀରତି ହେଲା ଜୀବନର ସୋପାନ |୪|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance