ପ୍ରୀତିର ଚିଠି
ପ୍ରୀତିର ଚିଠି


ଆରମ୍ଭ କରୁଛି
"ପ୍ରିୟ"ରୁ ସଖା
ତୁମ ବିନା ଲାଗିଲାଣି
ମୋ ଜୀବନ ବୃଥା;
ଚିଠିରେ ଲେଖୁଛି
ଖୋଲି ମନ କଥା
ଲାଗୁଛି ପାନ କରିସାରିଛି
ତୁମ ପ୍ରେମ ମାଦକତା।
ଦିବା ସ୍ୱପ୍ନେ
ଆସୁଛ ଯେ ଧାଇଁ;
ଖୋଲା ନୟନେ
ମୁଁ ଚେତନା ହରାଉଛି
କେବଳ ତୁମରି ପାଇଁ।
ମନ୍ଦ୍ରମଧୁର ଅଟେ
ତୁମ କଣ୍ଠ ସ୍ବର;
ସେ ସ୍ୱରେ ଝୁମିଉଠେ
ଆଜି ମୋ ପୟର।
ସମ୍ମୋହିତ ହୋଇଯାଏ ମୁଁ ,
ତୁମ ରୂପଶୋଭାରେ;
ସତେ ଆସିଗଲାଣି ମୋର
ଦୁର୍ବଳତା ତୁମ ଉପରେ।
ତୁମ ସହ ଗୋଟିଏ ସ୍ବପ୍ନରେ
ବିଚରଣ କରିବାକୁ ଚାହେଁ,
ତୁମକୁ କଳ୍ପନାରୁ ବାଦ୍ ଦେଇ
ଆଉ କି ମୁଁ ବଞ୍ଚିପାରେ!!!!
କଳ୍ପନା ଜଗତେ
କଟଇ ଦିନ ମୋର ଆଜି
ରହି ତୁମ ଅପେକ୍ଷାରେ;
ଚିଠି ପଢ଼ି ଚିଠି ଦେବ
ଇତିର "ସଖୀ"
ରହୁଛି ମୁଁ ଶେଷରେ।