STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

2  

ନାୟକ ଅକ୍ଷୟ ରାଜହସ୍ତୀ

Romance

ପ୍ରୀତି ନିର୍ଣ୍ଣୟ

ପ୍ରୀତି ନିର୍ଣ୍ଣୟ

1 min
156

ନିଜ କୁ ନିଜେ ପ୍ରଶଂସା କରେ

ଦର୍ପଣ ସାମନାରେ ଠିଆ ହୋଇ

ଆତ୍ମ ବିଶ୍ବାସ ର ପାଉଡର ମାଖି

ନଜରରେ କିମିଆ ଥାଏ ବୋଲି

ଆଖି କୁ ଭାବ ବର୍ଣ୍ଣବୋଧ ର ଆଦି ଭାଷା

ଶୂନ୍ୟ କୁ ପୂର୍ଣ୍ଣ କରିଛି

ଏକ ରୁ ଦୁଇ ହେବା ପାଇଁ

ଆଲିଙ୍ଗନ ର ମାତ୍ରା

ଯେତେ ଝଡ଼ ଝଙ୍କାର, ବିପଦ ଆପଦ ର ସାମ୍ନା କରିବାକୁ

ଶତ ପ୍ରତିଶତ ସାହସ ର ମାତ୍ରା ଜୀବନ ସିଲଟ ରେ ପୁରା କରିଛି କେବଳ ସେତିକି ନୁହେଁ ସେଇ ଜଟିଳ ଭାଷା କୁ ଅନୁସରଣ କରିବା ପୂର୍ବରୁ କାମଦେବ କୁ ବି ଗୁରୁ କରି

କି ଦିନ କି ରାତି ନୀରବ ରେ ପ୍ରସ୍ତୁତ ହେଉଛି ସେ

ଅଢେଇ ଅକ୍ଷର ଘୋଷି

ପ୍ରୀତି ର ନିର୍ଣ୍ଣୟ, ଭାବ ର ଅନୁନୟ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance