ପ୍ରୀତି ନିର୍ଣ୍ଣୟ
ପ୍ରୀତି ନିର୍ଣ୍ଣୟ
ନିଜ କୁ ନିଜେ ପ୍ରଶଂସା କରେ
ଦର୍ପଣ ସାମନାରେ ଠିଆ ହୋଇ
ଆତ୍ମ ବିଶ୍ବାସ ର ପାଉଡର ମାଖି
ନଜରରେ କିମିଆ ଥାଏ ବୋଲି
ଆଖି କୁ ଭାବ ବର୍ଣ୍ଣବୋଧ ର ଆଦି ଭାଷା
ଶୂନ୍ୟ କୁ ପୂର୍ଣ୍ଣ କରିଛି
ଏକ ରୁ ଦୁଇ ହେବା ପାଇଁ
ଆଲିଙ୍ଗନ ର ମାତ୍ରା
ଯେତେ ଝଡ଼ ଝଙ୍କାର, ବିପଦ ଆପଦ ର ସାମ୍ନା କରିବାକୁ
ଶତ ପ୍ରତିଶତ ସାହସ ର ମାତ୍ରା ଜୀବନ ସିଲଟ ରେ ପୁରା କରିଛି କେବଳ ସେତିକି ନୁହେଁ ସେଇ ଜଟିଳ ଭାଷା କୁ ଅନୁସରଣ କରିବା ପୂର୍ବରୁ କାମଦେବ କୁ ବି ଗୁରୁ କରି
କି ଦିନ କି ରାତି ନୀରବ ରେ ପ୍ରସ୍ତୁତ ହେଉଛି ସେ
ଅଢେଇ ଅକ୍ଷର ଘୋଷି
ପ୍ରୀତି ର ନିର୍ଣ୍ଣୟ, ଭାବ ର ଅନୁନୟ ପାଇଁ