ପ୍ରୀତି ନିର୍ଝରିଣୀ
ପ୍ରୀତି ନିର୍ଝରିଣୀ
ସ୍ମୃତିର ଦରଜା ଖୋଲିଗଲେ ସଖୀ
ଦିଶିଯାଏ ତୁମ ମୁହଁ
ପହିଲି ପ୍ରେମର ଅପାଶୋରା ଦିନ
କେମିତି ଭୁଲିବି କୁହ ?
ଲୋଡାନାହିଁ ମୋର କୁବେର ସମ୍ପଦ
ଲୋଡାନାହିଁ ମଣି ମୁକ୍ତା
ମଥାପରେ ମୋର ଲୋଡୁଛି ଆଜି ମୁଁ
ତୁମରି ପ୍ରୀତିର ଛତା I
ତୁମ କପାଳରୁ ବିନ୍ଦୁ ବିନ୍ଦୁ ସ୍ୱେଦ
ପୋଛିଦେଇଥିଲି ଦିନେ
ସେ ସ୍ୱେଦ ମହକ ଆଜି ବି ସାଇତା
ହୃଦୟର କୋଣେ କୋଣେ I
ତୁମପାଇଁ ସଖୀ ନୀଳ ନିରିଜନେ
ମୋ ପ୍ରୀତିର ନିର୍ଝରିଣୀ
କୂଳୁ କୂଳୁ ନାଦେ ବହୁଛି ଉଜାଣୀ
ଶୁଣ ତାର ପ୍ରତିଧ୍ୱନି I

