ପରୀ
ପରୀ
ତୁମର ମୋଅର ପର ଆପଣାର
କାହାର ନୁହଁଇ ଶିଶୁ,
ଶିଶୁ ଏଇ ଧରା ଧରମ ଦାଣ୍ଡର
ଦୁର୍ଗା,ଲଷ୍ମୀ,ଆଲ୍ଲା,ଯୀଶୁ ।
କଢି ଟିଏ ଯେବେ କଅଁଳେ ଗଛରେ
କେତେ ଯତନରେ ତାକୁ,
ଫୁଲଟିଏ ହୋଇ ଫୁଟିବାକୁ ଦିନ
ଗଣୁ ଅଛେ ଦେଖିବାକୁ ।
ସେମିତି ଆମର ଶିଶୁ ପରିଟିଏ
ତା'କଥା ଭାବିଲ ଥରେ,
ଆମ ମନେ ହୀନ ଭାବନା କାହିଁକି
ତା'ପାଇଁ ହୃଦୟେ ଭରେ ।
ଇସ୍କୁଲ, ବଜାର,ଘର କି ବାହାର
ଅଙ୍ଗନବାଡି କୁ ହେଉ,
ତା'ଖୁସିରେ ଯିବା ଆସିବା ବାଟକୁ
ଆମେ କିଆଁ ଅଟକାଉ ।
ଏମିତି ଭାବନା ଆଣିଲେ ମନରେ
କହିଲ କି ହେବ ଭାଇ,
ଫେରିବାକି ଆମେ ସେହି ସମୟକୁ
ଆଦିମ ମଣିଷ ହୋଇ ।
ଆସ ଆମେ ଆମ ଦେଶକୁ ଗଢିବା
କୁକର୍ମ କରିବା ଦୂର,
ଶିଶୁ ଦୁଷ୍କର୍ମ କୁ ହଟାଇବା ପାଇଁ
ଉଠାଇବା ଏକ ସ୍ୱର ।
