STORYMIRROR

CHARUBALA PADHI

Romance

2  

CHARUBALA PADHI

Romance

ପରିଚିତ ଚେହେରା ଅପରିଚିତ ଚରିତ୍ର

ପରିଚିତ ଚେହେରା ଅପରିଚିତ ଚରିତ୍ର

1 min
207

ରାତିର ଅନ୍ଧକାରକୁ ଭେଦି,ସାଥିରେ 

ହଜାର ହଜାର ସ୍ବପ୍ନକୁ ଧରି

ମୋ ନିଃସଙ୍ଗତାର ସାଥୀ ସାଜିବାକୁ ଆସିଥିବା

ସେ ଚେହେରା ମୋ ପାଇଁ ଥିଲା ଅପିରିଚିତ

କିନ୍ତୁ ମୁଁ ଭଲ ପାଇଥିଲି ସେ ଚରିତ୍ର

ଆଜି ସେ ଚେହେରା ସାଜିଛି ପରିଚିତ, 

କିନ୍ତୁ ଲାଗୁଛି ଯେମିତି ଅପରିଚିତ ଚରିତ୍ର


ଆଶାର ମନ୍ଦିର ଭାଙ୍ଗିଦେବା ପରେ

ସ୍ବପ୍ନ ଜଉଘର ପୋଡ଼ି ଯିବା ପରେ

କାହିଁକି ଆଜି ବି ଖୋଜୁଛି ମୁଁ କାହାକୁ

ବୋଧ ହୁଏ ମୋ ଭିତରେ ମୋ ନିଜକୁ,

ନା ତୁମ ଜୀବନ ଚୋରାବାଲିରେ ପାଦ ଥାପିବାକୁ

ପାଦ ବଢେଇଥିବା ସେ ପାଦ ଚିହ୍ନକୁ

ବିଶ୍ୱାସ ମରୁରେ ତୁମ ପ୍ରତାରଣାର ନୀରକୁ

ନା ଆତ୍ମୀୟତା ଭିଡ଼ରେ ସେ ଆତ୍ମୀୟକୁ

ଜାଣେନା

କିନ୍ତୁ ସାଗରକୁ ଖୋଜିଖୋଜି ମରୁରେ 

ନିଜର ଅସ୍ତିତ୍ଵ ହରାଉଥିବା ନଦୀଟିଏ ପରି,

ମୁଁ ବି ହଜାଇ ଦେଇଛି ମୋ ନିଜକୁ,

ଚିହ୍ନା ଚରିତ୍ର ଭିତରେ ସେ ଅଚିହ୍ନା ଚେହେରାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance