ପରିବାର
ପରିବାର
ବାପାବୋଉ, ଦାଦାଖୁଡୀ,
ଜେଜେ, ଜେଜେମାଆ,
ଭାଇଭଉଣୀ ମିଶି ପରିବାର ଗଢ଼ା |
ଏକତ୍ର ଥିଲେ ପରିବାର,
ଗୃହ ସାଜେ ମନ୍ଦିର,
ସେହି ମନ୍ଦିରର ସବୁଜନ ଆମ ଆପଣାର |
ବଡ଼ଙ୍କୁ ସମ୍ମାନ ସହ,
ସାନେ ସୁପଦେଶ,
ସବୁଠୁ ସମ୍ମାନିତ ଅଟନ୍ତି ବୟୋଜ୍ୟେଷ୍ଠ |
ଜେଜଙ୍କର କାହାଣୀ,
ସ୍ନେହ ଓ ଆଦର,
ଜେଜେମାଆଙ୍କ କୋଳ ଆନନ୍ଦ ସାଗର |
ବାବା, ଦାଦାଙ୍କର ଶ୍ରମେ,
ବୋଉ ଖୁଡ଼ି ଗୃହକର୍ମେ,
ଖେଳକୁଦ ପାଠପଢ଼ା ପରିବାର ପିଲାମାନେ |
କେବେ ଦୁଃଖ କେବେ ସୁଖ,
କେବେ ପୁଣି ହସଲୁହ,
ପରିବାର ରଜ୍ଜୁ ଗଢ଼ା ସଭିଙ୍କ ସସ୍ନେହ |
ପରିବାର ଚାହେଁ ସଦା,
ସୁଶାସନ ପଦ୍ଧତି,
ମଜବୁତ ରହେ ଯଦି,
ଠିକ ଚାଲିବେ ମୁରବୀ |
ପରିବାର ଗଛ ହେଲେ,
ଆମେ ଡାଳ, ପତ୍ର, ଫୁଲ,
ମୁରବୀ ଅଟନ୍ତି ଜଡ଼, ସଶକ୍ତ ସୁଦୃଢ |
ପରିବାର ହେଲେ ନାଵ,
ଆମେ ସଦସ୍ୟ ତାହାର,
ନାଉରୀ ଅଟେ ମୁରବୀ,
ମଙ୍ଗ ରକ୍ଷାକାର |
ପରିବାର ଯଦି ଫୁଲ,
ଆମେ ପାଖୁଡା ତାହାର,
ଆମବିନା ପରିବାର, ହୁଏ ନାରଖାର |
ଯୋଉ ପରିବାରେ ଥାଏ,
ମିଳିମିଶି ମନ,
ସେଇ ପରିବାର ଅଟେ ସରଗ ସମାନ |
ରାଗ, ହିଂସା, ପରଭାବ,
ହୋଇଗଲେ ଦୂର,
ଦୀର୍ଘସ୍ଥାୟୀ ହୋଇଥାଏ ଆମ ପରିବାର |
ଇଟାମାଟି ପଥରରେ,
ଗଢ଼ା ହୁଏରେ ମହଲ,
ସ୍ନେହ ପୂର୍ଣ୍ଣ ପରିବାରେ ଗଢ଼ା ହୁଏ ଘର |
ସ୍ବର୍ଗଠୁ ସୁନ୍ଦର ଆହା
ଅଟେ ପରିବାର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ||
