STORYMIRROR

Pranati Acharya

Romance Tragedy Others

2  

Pranati Acharya

Romance Tragedy Others

ପ୍ରେମରେ ନ ଥାଏ ସର୍ତ୍ତ

ପ୍ରେମରେ ନ ଥାଏ ସର୍ତ୍ତ

1 min
13


ସର୍ତ୍ତରେ ଜିଏଁନି ମୁଁ ଯେ କେବେ ମୁଁ ଆଗତୁରା ସମର୍ପିତ

 ମୋ ହୃଦ ସିନ୍ଦୁକ ପେଡି ହୋଇଅଛି ତୁମ ପାଇଁ ପଞିକୃତ ।। 

ସମ୍ପର୍କ ତ ଏଠି ଲୋକ ଦେଖାଣିଆ ସର୍ବେ ନିଜ ପାଇଁ ବ୍ଯସ୍ତ

 ସବୁ ସମ୍ଭବନା ହଜିଗଲା ପରେ ଲୋଡ଼ା ହୋଇଥାଏ ସର୍ତ୍ତ ।। 

ପ୍ରେମ ଚିରନ୍ତନ ପ୍ରେମ ଯେ ଶାଶ୍ୱତ ପ୍ରେମରେ ସର୍ତ୍ତ ନ ଥାଏ 

ମୃତ୍ୟୁ ସୁନିଶ୍ଚିତ ଜାଣି ବି ପତଙ୍ଗ ଦୀପ ପିଖେ ଧାଇଁ ଯାଏ ।। 

ନଦୀ ମିଶେ ଯାଇ ସାଗର ବକ୍ଷରେ ଅତି ଆତ୍ମ ବିଶ୍ୱାସରେ 

ସାଗର ରଖିବ ସାଇତି ତା ପ୍ରେମ ସ୍ନେହ ଶ୍ରଦ୍ଧା ପ୍ରିତି ଭରେ ।।

 ପ୍ରେମର ସ୍ବରୂପ ଅଟଇ ପବିତ୍ର ତାହା ତ ଅବର୍ଣ୍ଣନୀୟ

 କାମନା ବାସନା ରହିତ ଏ ପ୍ରେମ ଅନୁଭବେହୀ ନିର୍ଣ୍ଣୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance