ପ୍ରେମରେ ବିଚ୍ଛେଦ
ପ୍ରେମରେ ବିଚ୍ଛେଦ
କେବେ ନିରବତା କେବେ କୋଳାହଳ
ଏତ ଜୀବନ ପୄଷ୍ଠାର ସମାହାର
କେବେ ଖୋଜିଲେ ମିଳେନା କିଛି
କେବେ ନ ଖୋଜିବି ମିଳିଅଛି ।
ଯେବେ ଯିବାର ଯାହାବି ଥାଏ
ଯାହା ଆସିବି ନ ଯାଇ ରହେ
ସବୁ ଗତାନୁଗତିକ ଧାରା
କେବେ କଣ୍ଟକିତ ପୁଷ୍ପ ଝରା।
କେବେ ଆନନ୍ଦରେ ଦିନଯାଏ
କେବେ ଦୁଖଃରେ ଲୁହକୁ ଧୁଏ
ଜନ୍ମ ମୃତ୍ୟୁର କରାଳ ଛାୟା
କେତେ ଲୋଭ ପୁଣି କେତେ ମାୟା।
କେବେ ଶୀତଳ ପରଶ ବାରି
କେବେ ଉତ୍ତାପ ଆସଈ ଝରି
କେବେ ମିଳନ ବିଛେଦ ସ୍ମୃତି
ଗାଏ ଅଭୁଲା ପ୍ରେମର ଗୀତି।
ଭାବ ବଧ୍ୟନ ସ୍ନେହ ପୀରତି
କେବେ ହୋଇଯାଏ ପୁଣି ଇତି।
