STORYMIRROR

Prashanta Padhan

Romance

3  

Prashanta Padhan

Romance

ପ୍ରେମରେ ଭ୍ରମ

ପ୍ରେମରେ ଭ୍ରମ

1 min
381

ଅମରାବତୀର ରାଜକନ୍ୟା ତୁମେ

ଅଟ କିବା ଯାଦୁଗର

ବଶୀଭୂତ କଲ ଅଢ଼େଇ ଅକ୍ଷରେ

ଫୁଙ୍କିଲ ପ୍ରେମ ମନ୍ତର   ।।


ବାଟବଣା ହେଲା ଛାତିର ସ୍ପନ୍ଦନ

ଭୁଲିଗଲା ତାର ଛନ୍ଦ

ଅଧରର ସ୍ପର୍ଶ ମତୁଆଲା କରି

ଭାଙ୍ଗିଲା ଧୈର୍ଯ୍ୟର ବନ୍ଧ ।।


କୋଣାର୍କ ଦେହରେ ଜୀବନ୍ତ ହୋଇଲେ

ଥିଲେ ଯେତେ ପ୍ରତିମୂର୍ତ୍ତି

ମିଳନରେ ଆମ ମନ୍ତ୍ରମୁଗ୍ଧ ହୋଇ

ରଚିଲେ ପ୍ରଣୟ ଗୀତି   ।।


ପାହାନ୍ତିଆ ତାରା ଲାଜରେ ନଇଁଲା

ହଜିଲା ବାଦଲ କୋଳେ

ପଙ୍କଜିନି ତାର ଚମକ ହରାଇ

ଲୋଟିଲା ସରସୀ ଜଳେ ।।


ସରି ଆସୁଥିଲା ନିଶବ୍ଦ ଶର୍ବରୀ

ସରି ନଥିଲା ତ ପ୍ରେମ

ଦିବାକର ଉଇଁ କହିଗଲା କାନେ

ଏସବୁ କେବଳ ଭ୍ରମ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance