ପ୍ରେମର ବାର୍ତ୍ତlବହ
ପ୍ରେମର ବାର୍ତ୍ତlବହ
ଦୁଃଖରେ କାତର ହେଉଛି ମୋ ମନ
ଗୁହାରୀ କହିବି କାହାକୁ
କିଏ ବା ଶୁଣିବ କିଏ ବା ବୁଝିବ
ମୋ ଆନ୍ତରର ବେଦନାକୁ
ଆ' ରେ ମାଛି ତୁ ଆ ନେ ମୋର ବାରତା
କହିବୁ ଯାଇ ପ୍ରେମିକାକୁ l
ଦର୍ଶନ କରିନି କେତେ ଦିନୁ ମୁହିଁ
ମୋ ପ୍ରିୟତମାର ମୁଖକୁ
ମନେ ହୁଏ କଷ୍ଟ ଭାରି ଛଟପଟ
ତା ସାଥିରେ କଥା ହେବାକୁ
ଯାଇ ତୁ କହିବୁ ନିକଟକୁ ଯାଇ
ମୋ ମନର ଯେତେ ଦୁଃଖକୁ ।
ଫୁଲକୁ ତୋଳିଲେ ଲାଗଇ ସତେକି
ଧରିଛି ମୋ ପ୍ରିୟତମାକୁ,
ପଢିବାକୁ ପୋଥି ଧରି ମୁଁ ବସିଲେ
ଦେଖଇ ତା ଚନ୍ଦ୍ରମୁଖକୁ
ପାଗଳ ମୁଁ ହେଲି ତାକୁ ଝୁରି ଝୁରି
ଭାବି ତାର ଯେତେ କଥାକୁ l
ନିଦ ମୋତେ ଜମା ହେଉନି ରାତିରେ
ଲେଖୁଛି ବସି ମୁଁ ଚିଠିକୁ,
ତରକାରୀ ଭାବି ଖାଇଦିଏ ମୁହିଁ
ପାଖେ ରଖିଥିବା ଲୁଣକୁ
କିପରି ରହିବି ଏତେ ଦିନ ଛାଡି
ବୁଝାଇପାରୁନି ମନକୁ l
ଦୁଇ ଦିନ କହି ଦଶ ଦିନ ହେଲା
ଜବାବ ନାହିଁ ତା କଥାକୁ,
ବିଶ୍ୱାସରେ ବିଷ ଦେଇ ଚାଲିଗଲା
ଭୁଲିଗଲାକି ତା ପ୍ରେମକୁ,
ତାକୁ ନ ଦେଖିଲେ ରହି ମୁଁ ପାରୁନି
କିପରି କାଟିବି ଦିନକୁ ।
ମାମୁଁ ଘର ନିଶା ଭାଙ୍ଗି ନାହିଁ ଯଦି
ରଖେ ତୁ ମାମୁଁର ପୁଅକୁ,
ତୋତେ ଝୁରି ଝୁରି ପ୍ରେମ ଜ୍ୱର ହେଲା
କିଏ ବୁଝିବ ମୋ କୋହକୁ,
ସିଏ ଆସି ଥରେ ନ ଦେଖିବ ଯଦି
ଚାଲିଯିବି ମୁଁ ଯମ ପାଖକୁ ।

