STORYMIRROR

Mr.GAGAN BIHARI NAYAK

Action Fantasy Inspirational

3  

Mr.GAGAN BIHARI NAYAK

Action Fantasy Inspirational

ପ୍ରେମେ ପ୍ରାଚୀର

ପ୍ରେମେ ପ୍ରାଚୀର

1 min
229


ସ୍ମୃତି ସୀମାନ୍ତର ଆର ପାରେ ସାଥୀ ।

ପ୍ରୀତିର ଅଲିଭା ରେଖା ।

ତୁମ ଠାରୁ ମୋତେ ଦୂରେଇ ଦେଲା ସେ।

ଟାଣି ଏକ ସୀମାରେଖା

ସେ ପାଖରେ ହସେ ଫୁଲ ଫଗୁଣର ସପନ ସଜଡା ରାତି।

ଏପାଖରେ ଝରେ ଲୁହର ଶ୍ରାବଣୀ ଛାତି ତଳେ ବଢେ ତାତି।

ତମେ ସେ'ପାରିରେ କାଳିମା ରାତିଟେ ଏପାରେ ମୁଁ ନୀଳକଇଁ ।

ତମେ କାତଛଡା ଘାଟର ନାଉରୀ ମୁଁ ଏକ ଉଛୁଳା ନଈ ।

ମୁଁ ପାରୁନି ଛୁଇଁ ତମ ଦେହ ଛାଈ ।

ଦେଖାତ ଦୂରର କଥା

ତମେ ଚାହଁ ମତେ ମୁଁ ତମକୁ ଚାହେଁ

 ନିଜର କରିବା ପାଇଁ।

ପ୍ରେମ ତ ପବିତ୍ର ଶୁଦ୍ଧ ପୂତ ନିତ୍ଯ

 ଚିର ଶାଶ୍ଵତ ହୋଇ ।

ଅନ୍ଧ ଏ ସମାଜ ଦେଖି ପାରେ ନାହିଁ ସହଜେ ପାରେନା ସହି।

ଆମ ଆଗେ ଅଛି ବିଭେଦ ପାଚେରୀ କେମିତି ପାରିବା ଡେଇଁ।

ପାରିବାନି ଆଉ ମିଶି ଏ ଜୀବନେ 

ଆର ଜନମକୁ ଦେଖା  

"ଯୁଗ ଯୁଗ ପାଇଁ କିମ୍ବଦନ୍ତୀ ହୋଇ

ଗାଉଥିବ ପ୍ରୀତି ଗାଥା" କଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action