ପ୍ରେମ ଓ ବିଚ୍ଛେଦ
ପ୍ରେମ ଓ ବିଚ୍ଛେଦ
ରୁଣୁଝୁଣୁ ହୋଇ ମୋ ପାଉଁଜି ବାଜେ
କନକନ ହୋଇ ମୋ ମନଟି ନାଚେ
ଛନ ଛନ ହୋଇ ମୋ ଚୁଡିଟି ବାଜେ
ତା ଥେଇ ତା ଥେଇ ତାଳରେ ନାଚେ
ଶୃଙ୍ଗାର ରସରେ କେତେ ଯେ ସାଜେ
ଆଖିରେ କଜଳ ଗାର ତ ଆଙ୍କେ
ଭୃଲତାକୁ ସଜେଇ ଯତନେ ରଖେ
ମଥାରେ ବିନ୍ଦିକୁ ସାଜିଣ ପିନ୍ଧେ
କେଶର ବିନ୍ୟାସ ଅତି ସୁନ୍ଦର
ଗଭାରେ ଖୋସେ ମୁଁ ଗୋଲାପ ଫୁଲ
&nb
sp;ପାଟ ବସ୍ତ୍ରରେ ନିଜକୁ ସଜାଏ
ଦେଖଣାହାରୀର ଆଖି ଲାଖିଯାଏ
ସିନ୍ଦୂର ମଥାରେ ଭରଣ କରେ
ଋପସୀ ବଧୂ ମୁଁ ଝଲସି ଉଠେ
ସୁବର୍ଣ୍ଣ ଗହଣା ଶରୀରେ ପିନ୍ଧେ
ଆଭୂଷଣ ପିନ୍ଧି ତୁମକୁ ଖୋଜେ
ବୀରହ ବେଦନା ମୋତେ ତ ଜାଳେ
ଅଭିମାନିନୀ ମୁଁ ଲୋତକ ଢାଳେ
ଅଫେରା ରାଇଜ ଯାଇଛ ଚାଲି
ଆସିବନି କେବେ ବୁଝୁନି ଖାଲି ।