STORYMIRROR

Basanti Pattnaik

Romance Tragedy

3  

Basanti Pattnaik

Romance Tragedy

ପ୍ରେମ ଓ ବିଚ୍ଛେଦ

ପ୍ରେମ ଓ ବିଚ୍ଛେଦ

1 min
211


  ରୁଣୁଝୁଣୁ ହୋଇ ମୋ ପାଉଁଜି ବାଜେ

     କନକନ ହୋଇ ମୋ ମନଟି ନାଚେ

  ଛନ ଛନ ହୋଇ ମୋ ଚୁଡିଟି ବାଜେ

     ତା ଥେଇ ତା ଥେଇ ତାଳରେ ନାଚେ


  ଶୃଙ୍ଗାର ରସରେ କେତେ ଯେ ସାଜେ

     ଆଖିରେ କଜଳ ଗାର ତ ଆଙ୍କେ

 ଭୃଲତାକୁ ସଜେଇ ଯତନେ ରଖେ

     ମଥାରେ ବିନ୍ଦିକୁ ସାଜିଣ ପିନ୍ଧେ


 କେଶର ବିନ୍ୟାସ ଅତି ସୁନ୍ଦର

      ଗଭାରେ ଖୋସେ ମୁଁ ଗୋଲାପ ଫୁଲ

 ପାଟ ବସ୍ତ୍ରରେ ନିଜକୁ ସଜାଏ

      ଦେଖଣାହାରୀର ଆଖି ଲାଖିଯାଏ


  ସିନ୍ଦୂର ମଥାରେ ଭରଣ କରେ

      ଋପସୀ ବଧୂ ମୁଁ ଝଲସି ଉଠେ

 ସୁବର୍ଣ୍ଣ ଗହଣା ଶରୀରେ ପିନ୍ଧେ

      ଆଭୂଷଣ ପିନ୍ଧି ତୁମକୁ ଖୋଜେ


  ବୀରହ ବେଦନା ମୋତେ ତ ଜାଳେ

      ଅଭିମାନିନୀ ମୁଁ ଲୋତକ ଢାଳେ

  ଅଫେରା ରାଇଜ ଯାଇଛ ଚାଲି

      ଆସିବନି କେବେ ବୁଝୁନି ଖାଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance