ପ୍ରେମ ଓ ଆଶାର ଯାଦୁ
ପ୍ରେମ ଓ ଆଶାର ଯାଦୁ
ଵେଳେଵେଳେ ଇଚ୍ଛାହୁଏ ବୁଝିବାକୁ
ଆକାଶର ତାରାଙ୍କ ଖବର,
ସତରେ ଆଶ୍ଚର୍ଯ୍ୟ ଲାଗେ ସେମାନଙ୍କ
ଅଦଭୂତ, ବିଚିତ୍ର ଵେଭାର ।
ଜାଣେନା ମୁଁ କାହାପାଇଁ ତାରାସଵୁ
ଜଳୁଥାନ୍ତି ଆକାଶ ମଝିରେ ?,
ଝଲମଲ ଦିଶୁଥାନ୍ତି ବାହାରକୁ
ନିଜେ ରହି ଘନ ଅନ୍ଧକାରେ ।
ଦିଗହରା ପଥିକକୁ କି କାରଣେ
ଦେଖାନ୍ତି ସେ ରାସ୍ତା ଆଗଭରେ ?,
କି ଆନନ୍ଦ ମିଳେ ସତେ ଜଳି ଜଳି
ଖସିପଡି ନିଶ୍ଚିହ୍ନ ହେବାରେ ? ।
ଯଦିବା ସେ ଜାଣିଥାଏ ଏ ପୄଥିବୀ
ଯିଏ ଗଲା ତାକୁ ଯାଏ ଭୁଲି,
ତଥାପି ସେ ଜଳୁଥାଏ-ଥିବାଯାଏ
କାହା ଆଶା ପୁରାଇଵ ଵୋଲି ।
ସେଥିପାଇଁ ତାରାଗଣ ଜଳୁଥାନ୍ତି
ପ୍ରତିଦିନ ରାତ୍ରୀ ଆକାଶରେ,
ମନେହୁଏ- ଆମେ ସବୁ ମଣିଷବି
ତାରାପରି - ଜଳୁ ସବୁଵେଳେ ।
ମଣିଷବି ବଞ୍ଚିଥାଏ ପ୍ରେମ ପାଇଁ
ସବୁଵେଳେ ଜଳୁଥାଏ ନିଜେ,
ତାରା ପରି ଜଳି ଜଳି ସାରିଦିଏ
ତା' ଜୀବନ ସେଥିରେ ସେ ହଜେ ।
