ପ୍ରେମ ନୁହେଁ ଖେଳ ଘର
ପ୍ରେମ ନୁହେଁ ଖେଳ ଘର
ପ୍ରେମ ନୁହେଁ ଖେଳ ଘର
ପ୍ରେମ ଆମ ଜନ୍ମ ଜନ୍ମର
ପ୍ରେମ ନୁହେଁ ପ୍ରତାରଣା
ପ୍ରେମ ଆମ ମିଳନର ଠିକଣା
ପ୍ରେମ ନୁହେଁ ମିଛ ସ୍ୱପ୍ନ
ପ୍ରେମ ଆମ ଖୁସିର ଦିନ
ପ୍ରେମ ନୁହେଁ ଯୌବନର ମଜା
ପ୍ରେମ ଆମ ହୃଦୟର ରାଜା
ପ୍ରେମ ନୁହେଁ ଅଢେଇ ଦିନ
ପ୍ରେମ ପାଇଁ ବଞ୍ଚି ରୁହେ ଜୀବନ
ପ୍ରେମ ନୁହେଁ କାମିନୀର ସଙ୍ଗ
ପ୍ରେମରେ ଜଳୁ ଥାଏ ଜୀବନ ରଙ୍ଗ
ପ୍ରେମ ନୁହେଁ ଘୃଣା କି ଯାତନା
ପ୍ରେମ ସାଥି ପାଇଁ କରିବା ସାଧନା
ପ୍ରେମ ନୁହେଁ ବାଲି ଘର
ପ୍ରେମ ଆମ ସାତ ଜନ୍ମର ।