STORYMIRROR

samir sahoo

Romance Others

3  

samir sahoo

Romance Others

ନେଇ ଆସି ଯାରେ ...

ନେଇ ଆସି ଯାରେ ...

1 min
254

ନେଇ ଆସିଯାରେ ଅବୁଝା ଫଗୁଣ  

          ବାରମାସୀ ଫୁଲ ରଙ୍ଗ

ଇନ୍ଦ୍ରଧନୁ ମୋର ଜୀବନେ ଖେଳିଯା 

          ଭିଜିବାକୁ ହୁଏ ମନ ।


ବୋଳିଦିଅ ମୋ ଦେହେ ପ୍ରିୟତମ 

           ରଙ୍ଗ ପ୍ରେମ ଅବିରର 

ଭରି ଦିଅ ତୁମେ ମଥାରେ ଯେ ମୋର

            ନାଲି ରଙ୍ଗ ହୃଦୟର।


ତୁମ ଭାବନା ରେ ହଜି ଯିବା ପାଇଁ 

            ଇଚ୍ଛା ହୁଏ ମନ ଭାରି 

ତୁମ ପଞ୍ଜୁରୀ ରେ ବାନ୍ଧି ହେବାକୁ ମୁଁ 

           ସାଯିବି ଯେ ତୁମ ଶାରୀ । 


ତୁମ ପ୍ରତୀକ୍ଷା ରେ ଅପେକ୍ଷା କରିଛି 

           ଏଇ ତୁମ ପ୍ରିୟା ରାଧା 

ତୁମ ନିଶ୍ୱାସ ରେ ତୁମ ପ୍ରଶ୍ୱାସ ରେ 

          ତୁମ ସାଥେ ମୁହିଁ ବନ୍ଧା ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance