ନଦୀ ଓ ସାଗର
ନଦୀ ଓ ସାଗର
1 min
278
ବୋହି ଚାଲୁ ଥାଏ ଶୀତଳ ତଟିନୀ
ସମ୍ପର୍କ ଯୋଡିବା ପାଇଁ
ବିଶାଳ ପର୍ବତ ପାର କରିଚାଲେ
କାହାକୁ ନକରି ଚାହିଁ ।
ଘାତ ପ୍ରତିଘାତ ପାର କରିଚାଲେ
ହୋଇ ସିଏ ଯାଯାବର
ଜୀବନ ସାରା ସଂଘର୍ଷ କରେ ସେ
ଖୋଜୁ ଥାଏ ନିଜ ଘର ।
ବୋହି ବୋହି ଯାଇ ପହଞ୍ଚେ ସାଗରେ
ମିଳେ ତାକୁ ପ୍ରେମ ମଧୁରର
ସାଗର ତଟିନୀ ମିଳିତ ହୁଅନ୍ତି
ସାଜି ପ୍ରେମ ଯୁଗଳର ।
ନଦୀ ଜଳ ଯାଇ ମିଶେ ସାଗରରେ
ଲାଗେ ସ୍ଵାଦ ତାର ଲୁଣ ଜଳ
ବିଶାଳ ସାଗର ପାଦ ଧୋଉଥାଏ
ପାଇବାକୁ ପୂର୍ଣ୍ଣ ଫଳ ।
