STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ରାଧା ଲୋ ଆସିଛି ହୋଲି

ରାଧା ଲୋ ଆସିଛି ହୋଲି

1 min
249


ତମେ ମୋର ସୁଖ ତମେ ମୋର ଦୁଃଖ

   ତମେ ମୋ ଜୀବନ ଅଧା

ତମ ବିନା ସବୁ ଲାଗେ ଫିକା ଫିକା

   ନ ଦେଖିଲେ ତୋତେ ରାଧା ।।


ଆସିଛି ଫଗୁଣ ଆସିଛି ଲଗନ

   ଆସିଛି ଲୋ ରାଧା ହୋଲି

ତୋ ଦେହରେ ରଂଗ ରଂଗେଇ ଦେବାକୁ

   ବାଉଳା ମୋ ପିଚକାରୀ ।।


ଦୋଳ ବିମାନରେ ମୁଁ ଦୋଳ ଗୋବିନ୍ଦ

   ତୋ ସାଥିରେ ଯେବେ ଝୁଲେ

ଆମ୍ବ ବଉଳର ବାସ ମହକରେ

    ଗାଁ ଦାଣ୍ଡ ଫାଟି ପଡେ ।।


ତୋ ଗୋରା ଦେହରେ ରଂଗ ଲାଗିଗଲେ

   କୃଷ୍ଣ କୃଷ୍ଣ ହେଉ ଭଜି

ଯମୁନାର ପାଣି ପାରେନାହିଁ ଧୋଇ

   ଯେତେ ହେଉଥିଲେ ମାଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance