STORYMIRROR

Bijay Prusty

Romance

3  

Bijay Prusty

Romance

ସଖୀର ପ୍ରେମ

ସଖୀର ପ୍ରେମ

1 min
203


ଏତେ ଭଲ ମୋତେ ପାଅ ନାହିଁ ସଖୀ

ଲଗାଅନି ଏତେ ଭାବ

ଦିଅ ନାହିଁ ସଖୀ ଦିଅ ନାହିଁ ମୋତେ

ଅମୃତର ଅନୁଭବ

ଜୀବନ ମରୁରେ ମରୁଝର ତୁମେ

ଶୋଷିଲା ତଣ୍ଟିର ଆଶା

ମୂକଟିଏ ଥିଲି ତୁମେ ଝରାଇଲ

ମୋ କଣ୍ଠୁ ପ୍ରୀତିର ଭାଷା

ଆଖିରେ ଖଞ୍ଜିଲ ରଙ୍ଗର ଫୁଆରା

ରଙ୍ଗୀନ ଦିଶିଲା ଧରା

ତୁମେ ସଖୀ ମୋର ଚଇତି ଆକାଶ

ତୁମେ ମୋର ପ୍ରୀତିଧାରା

ତୁମ ପାଇଁ ସଖୀ ହୃଦୟରେ ମୋର

ମିଠା ମିଠା ପ୍ରୀତିଝର

ତୁମ ପାଇଁ ସଖୀ ଆଖି ତଳେ ମୋର

ସପନର ଗନ୍ତାଘର

ମୋ ଜୀବନପଥେ କେତେ କେତେ ଫୁଲ

ବିଛାଇ ଦେଇଛ ସଖୀ

ଅମା ଅନ୍ଧାରରେ ମୋ ପାଇଁକି ସଖୀ

ସରଜିଛ ଜହ୍ନରାତି

ଭଲପାଏ ବୋଲି କେମିତି କହିବି

ମୁଁ ଏକ ଛୋଟିଆ ଜୀବ

ତୁମେ ପ୍ରାଣମୟୀ ହୃଦୟ ଈଶ୍ୱରୀ

ପ୍ରଣୟ ବିଭୋର ଭାବ

ପାଖରୁ ଟିକିଏ ଅନ୍ତର ହୋଇଲେ

ଓଦା ହୋଇଯାଏ ଆଖି

ସେପାଇଁ କହୁଛି ଭଲ ପାଅନାହିଁ

ଭଲ ପାଅନାହିଁ ସଖୀ



Rate this content
Log in

Similar oriya poem from Romance