STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ରଙ୍ଗ ଅବିର

ରଙ୍ଗ ଅବିର

1 min
229


ଋତୁରାଜ ବସନ୍ତର ଫୁଲେଇ ଫଗୁଣ

ଧରାପୃଷ୍ଠକୁ ଏବେ କରିଛି ଅବତରଣ

ଆମ୍ବ୍ର କାନନେ ସେ ବସନ୍ତ ସୁନ୍ଦରୀ 

କୋଇଲିର ଶୁଭେ ସେହି କୁହୁକୁହୁ 

ମଧୁର ଶବ୍ଦର ପ୍ରୀତି ଗୁଞ୍ଜନ।।


ପଳାଶ ଓ ଶିମିଳି ଫୁଲର ନାଲି ଓଢଣୀରେ 

ସଜାଇ ହୋଇଛି ଆମ ପ୍ରକୃତି ରାଣୀ 

ସବୁଜ ଗଛପତ୍ର ସବୁ ସବୁଜ ରଙ୍ଗରେ

ଆପାୟିତ କରି ପ୍ରକୃତିରାଣୀକୁ

ଆଣିଛନ୍ତି ଧରାକୁ ଟାଣି ଟାଣି।। 


ବସନ୍ତ ମଳୟ ଆଣିଛି ରଙ୍ଗର ପସରା 

ସଭିଙ୍କ ହୃଦୟ ଜିଣିବା ପାଇଁ  

ବରଷକେ ଥରେ ଆସଇ ଯେ ହୋଲି

ଅଭିର ରଙ୍ଗକୁ ସାଥେ ନେଇ।।

 

ଦୋଳ ପୂର୍ଣ୍ଣିମା ରେ ଦୋଳ ବିମାନରେ

ପୂଜିତ ହୁଅନ୍ତି ଶ୍ରୀ ରାଧା ଗୋବିନ୍ଦ 

ରଙ୍ଗ ଅବିରରେ ଖେଳନ୍ତି ସେ ହୋଲି

ପାଳନ୍ତି ବିଜୟ ଆନନ୍ଦ।।


ଭେଦ ଭାବ ଭୁଲି ସଭିଏଁ ମାଖିବା

ରଙ୍ଗ ଅବିରର ଅଭୁଲା ହୋଲି

ଜାତି ଧର୍ମ ନିର୍ବିଶେଷରେ ଆମେ 

ସଭିଏଁ ଖେଳିବା ମନ ଖୋଲି।।


ଉତ୍ତର ପୂରୁବ ଦକ୍ଷିଣ ପଶ୍ଚିମ

ପ୍ରୀତିଭରା ରଙ୍ଗେ ମାରୁଥିବା ପିଚକାରୀ

ସ୍ନେହ ମମତାର ମାୟା ବନ୍ଧନରେ

ଭୁଲି ଯିବା ଆମେ ଶତୃତାର 

ସେହି ବନ୍ଧନ ଡୋରି।। 


ମନୋମାଳିନ୍ୟତା ହୃଦୟେ ନରଖି 

ଖେଳିବା ଅବିର ରଙ୍ଗର ହୋଲି

ଜୀବନ ଯାତ୍ରାଟି ସୁଖମୟ ହେଉ

ଅଶାନ୍ତି ଘରଟା ହେଉ ଖାଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance