STORYMIRROR

Bijoy Jena

Romance Inspirational Children

4  

Bijoy Jena

Romance Inspirational Children

ପ୍ରଭୁ ଜଗନ୍ନାଥ ଓ କୃପାସିନ୍ଧୁଦାସ

ପ୍ରଭୁ ଜଗନ୍ନାଥ ଓ କୃପାସିନ୍ଧୁଦାସ

1 min
345

ପଶ୍ଚିମ ଓଡିଶା (ପ୍ରାନ୍ତେ ) ଜନୈକ ବ୍ରାହ୍ମଣ

    କୃପାସିନ୍ଧୁ ନାମ ବହି

ବଡଦୟାବନ୍ତ   ଦାନଧର୍ମ ପୁଣ୍ୟେ

    ଜୀଵନ ସୁଖେ କାଟଇ।


ଦଇବ ବିଧାନେ    ବିପର୍ଯ୍ଯୟ ଘଟି

     ହରିନେଲା ସର୍ବ ଧନ

ଗୋଟିଗୋଟି ହୋଇ ମରଣ ଲଭିଲେ

    ଥିଲେ ଯେତକ ସନ୍ତାନ।


ସମର୍ପଣ ଭାବ  ଆସିଲା ମନରେ

    ଜଗନ୍ନାଥ ସ୍ୱାମୀ ଠାରେ

ଦିବ୍ୟ ଚିନ୍ତନରେ  ଡୁବିଲେ ବ୍ରାହ୍ମଣ

   ମୋହମାୟା ଠେଲି ଦୂରେ।


ଧର୍ମପତ୍ନୀ ଦିନେ   କୁହନ୍ତି ପାଶରେ

   ଯଦି ଭିକ୍ଷୁକ କେ ଆସେ

ଦେବା ପାଇଁ ତାଙ୍କୁ  କିଞ୍ଚିତ ମାତର

   ଧନ ନାହିଁ ଆମ ପାଶେ।


ଆସ ସାଥୀ ହୋଇ ଜୀଵନ ହାରିବା

    ଭିକ୍ଷା ବୃତ୍ତିଠାରୁ ଭଲ

ବାରଦ୍ୱାରତେର  ଶୁଣ୍ଢୀ ପିଣ୍ଡା ହୋଇ

    କିମ୍ପା ହେବା କଲବଲ।


ବୁଝେଇ ପତ୍ନୀଙ୍କୁ   କହିଲେ ବ୍ରାହ୍ମଣ

    ଧଇର୍ଯ୍ୟ ରଖ ହେ ମନେ

ଜଗତର ନାଥ    ଜଗନ୍ନାଥ ଆମ

   ଶୁଭ ଚିନ୍ତକ ଯେ ଜଣେ।


ପଡୋଶୀ ଘରରୁ  କିଛି ଅଟା ଆଣି

     ଦଶ ଖଣ୍ଡ ରୁଟି କର

ତହିଁରୁ ପାଞ୍ଚୋଟି ସାଥିରେ ନେଇ ମୁଁ

     ପୁରୀକୁ ଯିବି ସତ୍ତ୍ବର।


ବାକି ପାଞ୍ଚ ଖଣ୍ଡ   ତୁମ ପାଖେ ରଖି

      ଚଳୁଥାଅ ହରଷରେ

ଦୁଃଖ କରି କିଛି    ଲାଭହୁଏ ନାହିଁ

    ମରଣଶୀଳ ସଂସାରେ।


ବୈଷ୍ଟବ ରୂପରେ    ପ୍ରଭୁ ଜଗନ୍ନାଥ

    ପହଂଚି ଦୁଆର ପାଶେ

ଖାଦ୍ୟ ପାଇଁ ତାଙ୍କୁ  ପୂଛନ୍ତି ଯେମନ୍ତ

    ଅନ୍ନ ପରଶିଲେ ବାସେ।


ବୈଷ୍ଟବଙ୍କ ପାଇଁ  ଶେଯ କରିଦେଇ

    ଉପାସ ରହିଁଲେ ବେନି

ତଥାପି ମନରେ  ରାଗ ଦ୍ୱେଷ ନାହିଁ

    ଧରମ କରମ ମାନି।


ପ୍ରତ୍ୟୁଷରେ ଉଠି   ତିଥି ସତ୍କାର

     କିଭଳି କରିବେ ଚିନ୍ତି

ବ୍ରାହ୍ମଣ ଖୋଜନ୍ତି ବୈଷ୍ଟବ ଦେବତା

    ନଶୁଣନ୍ତି ସ୍ୱର କିଛି।


ଉଭାନ ହୋଇଲେ  ଅତିଥି ଗୋସାଇଁ

    ଖାଦ୍ୟ ଦ୍ରବ୍ୟ କରି ଭର୍ତ୍ତି

ପ୍ରତ୍ୟେକ କୋଠରୀ  ମୁଖରିତ ହୁଏ

   ଏଇ ଯେ ଜଗା ପୀରତି।


ଜଗନ୍ନାଥ ସ୍ୱାମୀ ଭଜି ଭଜି ବେନି

   ବିତାଇଲେ ସୁଖଦିନ   

ସମ୍ପଦ ବିପଦ  ଏକାକାର ମଣି    

    କରି ଆତ୍ମ ସମର୍ପଣ।


ଦୁଖୀ ଦୀନଙ୍କର ସେବା ଯେ କରଇ

    ମାଧବ ତାପାଇଁ ସାହା

ଭବ ତରଙ୍ଗିଣୀ   ପାରହୁଏ ସିନା

    ସୁନ୍ଦର ବ୍ୟବସ୍ଥା ଯାହା।


Rate this content
Log in

Similar oriya poem from Romance