STORYMIRROR

Debabrata Mishra

Action Inspirational Others

4  

Debabrata Mishra

Action Inspirational Others

ପରାକ୍ରମୀ ସୁଭାଷ

ପରାକ୍ରମୀ ସୁଭାଷ

1 min
295

ତୁମେ କିଣିପାର ଜନ, କିଣିପାର ଯୁଗ, 

ଅବା କିଣିଦେଇପାର ଚତୁର୍ଥସ୍ତମ୍ଭ କିଛିକାଳ ପାଇଁ

ତୁମେ କିଣିପାର ଗାଦି, କ୍ଷମତାର ଖଦୀ

ଅବା ମିଛ ଧର୍ମନିରପେକ୍ଷତାର ଜାଲରେ

କିଛିକାଳ ପାଇଁ ରଖିପାର ସତ୍ଯକୁ ବନ୍ଦୀ ।


ସତ୍ଯ କାହାର ନୁହେଁ କେବଳ ନିଜର

ନା ସେ ପକ୍ଷର ନା ସେ ବିପକ୍ଷର

ମାଟିକୁ ବିଦାରି ଆକାଶକୁ ଚିରି

ଉପଯୁକ୍ତ କ୍ଷଣରେ ନିଜକୁ ଆବିଷ୍କୃତ କରିବ

ମିଛର ପରଦାକୁ ତା' ଅନଳରେ ଜାଳିବ

ତୁମେ ଦେଖିବ କିଏ ସତ୍ଯ ଆଉ କିଏ ମିଥ୍ଯାବାଦୀ ।


କ୍ଷମତାର ଚାବୁକରେ ଶିକ୍ଷାପଦ୍ଧତିର ପିଠିରେ ବସି

କେତେଜଣକୁ ସଜାଇଛ ମହାତ୍ମା

କେତେଜଣକୁ ରଙ୍ଗାଇଛ ଦେଶଦ୍ରୋହୀ କରି

ଆକାଶ ଦେଖିଛି ସୂର୍ଯ୍ୟଚନ୍ଦ୍ର ଦେଖିଛନ୍ତି

ମିଥ୍ଯା ଜିତିଛି ହୀନ ଉଦ୍ଦେଶ୍ଯ ଜିତିଛି

ଏବେ କିନ୍ତୁ ସମୟ ଆଗମନ 

ଧୋତିରେ ଗଣ୍ଠି ପକାଇ ରଖ

ସତ୍ଯ ଜିତିଛି ଜିତିବ କେବେ ଯିବନି ହାରି ।


ବୀର କିଏ ବଳିଦାନ କିଏ ଦେଲା 

ସବୁ ଜାଣିଛି ଦେଶ ଜାଣିଛି ଜନତା

ରହସ୍ଯର ସତ୍ଯତା ଚିତ୍କାର କରି ପ୍ରକାଶିବ

ବସ୍ତ୍ର ଖୋଲିଯିବ ରଙ୍ଗ ଛାଡ଼ିଯିବ

କିଛି ତଥାକଥିତ ସଂଗ୍ରାମୀଙ୍କ ଦେହରୁ ମୁଖରୁ

କିଏ ଲୁଚାଇ ରଖିଛି ସତ୍ଯ ଈଶ୍ବରଙ୍କୁ

ଏ ଭାରତ ଦିନେ ଜାଣିବ 

ନିଶ୍ଚିତ ଦେଖିବ ସମୟ ଆସୁଛି

ଆହୁରି ତୀବ୍ର ବେଗରେ ଆସିବ ।


ହେ ବୀର ସୁଭାଷ ହେ ପରାକ୍ରମୀ

ତୁମ ତ୍ଯାଗ ବଳୀଦାନ ( ରହସ୍ଯ) 

ନା ଦେଶ ଭୁଲିଛି ନା କେବେ ଭୁଲିପାରିବ

ଈତିହାସ ବଦଳିବ ସତ୍ଯ ଲେଖାହେବ

ଭବିଷ୍ଯତ ପୀଢି ଜାଣିବ ଓ ଜଣାଇବ

ତୁମ ସାହସ, ଦମ୍ଭ, ଦେଶପ୍ରୀତିର କଥା

ପ୍ରଣାମ କରୁଛି ନେତାଜୀ ନୁଆଁଇ ମଥା।


Rate this content
Log in

Similar oriya poem from Action