ପଙ୍କରେ କମଳ ଅମ୍ବରେ ଭାସ୍କର
ପଙ୍କରେ କମଳ ଅମ୍ବରେ ଭାସ୍କର
ପଙ୍କରେ କମଳ ଅମ୍ବ ରେ ଭାସ୍କର ଯଥା ବିଧି ଯଥା ରୀତି ପ୍ରେମ କି ଜାଣଇ ଦୁରତାର କଥା ନ ସଂଚରେ କାର ଭୀତି? ପୂରୁବ ଦିଗରେ ସୁରୂଜ ଉଇଁଲେ ପ୍ରସ୍ପୁଟିତ କମଳିନୀ ସରସୀ ର ଶୋଭା ଦ୍ଵିଗୁଣିତ ହୁଏ ହୃଦେ ପ୍ରୀତି ପ୍ରଦାୟିନି। ପଙ୍କରୁ ଜାତ ସେ ଆହା କି ସୁନ୍ଦର ଏକା ଲୟ ସୁରୁଜରେ ସନ୍ଧ୍ୟା ନଇଁ ଗଲେ ରାତ୍ର ଆଗମନେ ଭାଙ୍ଗି ଯାଏ ବିଛେଦରେ। ଚକର ଚାକୋରୀ ଦିବସ୍ ରଜନୀ ଯଥା ଆଲୋକ ଅନ୍ଧାର ମିଳନ ବିଚ୍ଛେଦ ନିତି ସାଥୀ କରି ପଦ୍ମ ରବି ଆପଣାର। ଜୀବନରେ ଖାଲି ଜୁଆର ଆସେନା ଭଟ୍ଟା ମଧ୍ୟ ଆସି ଥାଏ ଜୀବନ ଜିଏଁଲେ ଉଭୟଙ୍କୁ ନେଇ ମହ ମହ ବାସି ଥାଏ। ଏକଥା ସୂଚାଏ ପଙ୍କର କମଳ ନିତି ନିତି ଫୁଟି ଫୁଟି ସୁରଜ ଦେବତା ଭେଟିବା ନିମନ୍ତେ ଆସନ୍ତି ଗଗନେ ଛୁଟି। କାହିକି ଭାବିବା ଏହାକୁ ବିରହ ବିଷାଦ ଅବା କଷଣ ଦୂରେଇ ରହିଲେ ମନରେ ଆସିବ ଦେହେ କେତେ ଶିହରଣ। ଉପରେ ଆକାଶ ନିମ୍ନରେ ଧରିତ୍ରୀ ଯଥା ବିଧି ଯଥା ରୀତି ସୁରଜ ଉଇଁଲେ କମଳିନୀ ହସେ କେତେ ଅଭେଦ ପୀରତି। ଆସହେ ସକଳେ ଭାଇଚାରା ନେଇ ଚଳିବା ସଂସାରେ ନିତି ଯେମିତି ପଦ୍ମନୀ ଅଂଶୁମାନ ସାଥେ ରଖି ଥାଏ ଭାବ ପ୍ରୀତି।
