Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Comedy

3  

Abhakanta

Comedy

ପଳାତକ

ପଳାତକ

1 min
13.4K


ପଳାତକ

 

ଆଭାକାନ୍ତ ମହାନ୍ତି

 

ପଳାତକ ଆରେ ପଳେଇଯାଉଛ

       ପାରମ୍ପରିକତା ପାରୁନ ରଖି,

ପାରିଛ ତୁମେ ଯା' ପ୍ରତି ପାରିବାଟା

       ପଳେ ପରୀକ୍ଷକ ପାରୁ ପରଖି ।

 

ପରିଚୟଟିର ପ୍ରଭୁତ୍ୱ ପ୍ରଭାବ

       ପ୍ରୀତି ପରଶିଲେ ପରୀକ୍ଷାଗାରେ,

ପାଏନା ପ୍ରକୃତ ମାନ୍ୟ ପରମ୍ପରା

       ପର୍ଯ୍ୟବେକ୍ଷଣର ପାରିଶୁଆରେ ।

 

ପର୍ବତ ପିଠିରେ ପତାକାଟି ଉଡୁ

       ପାରୁଛନ୍ତି ଯିଏ ସପନ ଦେଖି,

ପ୍ରଭୁତ୍ୱ ପାଟିକୁ ପତାଇଲେ କାନ

       ପାଇବେନି ପ୍ରଚଣ୍ଡ ପରିପ୍ରେକ୍ଷୀ ।

 

ପାରୁଥିଲେ ବୁଝି ପ୍ରତି ପାରଙ୍ଗମ

       ଭାଷାପ୍ରୀତି ପରାସ୍ତ କି ହୁଅନ୍ତା,

ପର୍ଯ୍ୟାପ୍ତ ପାରିବା-ପଣ ଥାଉଁ ପର

       ପାଶୁ ପରାସ୍ତର ଶଙ୍କା ପାଆନ୍ତା ?

 

ପାରିବାର ବେଶି ପଳେଇ ପଶନ୍ତି

       ପର ଭାଷା ପ୍ରତି ବାଉଳା ହୋଇ,

ପରାସ୍ତ କରାନ୍ତି ଆଗାମୀ ପ୍ରଭାତେ

       ପିଲାଦିନୁ ପର-ପ୍ରୀତି ପଢ଼ାଇ ।

 

ପଳେଇ ପଶିଲେ ମାଉସୀର ଘରେ

       ପାଇବା କି ପରିବାର-ପଣକୁ,

ପରିବାର-ପଣ ବିନା ପରିଚୟ

       ପ୍ରଭାବ ପାଏନା କେଉଁ କୋଣକୁ ।

 

ପଶୁନାହିଁ ବୁଦ୍ଧି ପାରୁପଣେ ଯଦି

       ପାଶ ପଡ଼ୋଶୀଙ୍କୁ ପଚାର ଯାଇ,

ପରାକାଷ୍ଠା ଭାଷା-ପଣିଆର ପାଇଁ

       ପାହାଡ଼ ବାଧା ବି ପାରନ୍ତି ଡେଇଁ ।

 

ପାରିବ କି ଏଡ଼ି, ପରିପୁଷ୍ଟ ହେଲ

       ଯେଉଁ ପାଣି-ପବନରେ ପହଁରି,

ପଚାରିପାର ହେ ପୃଥିବୀ ପୃଷ୍ଠର

       କୋଣେ କୋଣେ ଏଇ ପ୍ରଶ୍ନ ମୋହରି ।

 

ପାଲଟା ଉତ୍ତରେ ପାଦ ଫେରାଇଲେ

       ପାଇବ କି ପୂର୍ବ ପରିଚର୍ଯ୍ୟାକୁ,

ପରାସ୍ତରେ ତେଣୁ ପସ୍ତାଇବା ପୂର୍ବୁ

       ପାରୁପଣେ ରଖ ମର୍ଯ୍ୟାଦାଟିକୁ ।

 

ପନ୍ଦରଶ' ବର୍ଷ ପୁରୁଣା ପବିତ୍ର

       ଭାଷାଟିକୁ ତୁଠ-ପଥର ଭାବ,

ପାସୋରିପାରିଛ ମାନ୍ଦ୍ରାଜୁ ମଥୁରା

       ପରାକ୍ରମଶାଳୀ ବଳ-ବୈଭବ ।

 

ପର ପ୍ରହେଳିରେ ପରଖିହୁଏନା

       ପାରିବାପଣଟା ପଚାରି ବୁଝ,

ପିତାମାତା ପ୍ରଥା ପରିଭାଷା ଭୁଲ

       ପର ପରଖିବେ କେତେ ନିର୍ଲଜ୍ଜ ।

 

ପରାନ୍ନରେ ପରିଚାର ପରା ହେବ

       ପ୍ରଭୁପଣ ପାଇପାରିବ ନାହିଁ,

ପଳାତକ ପରି ପଳେଇଯାଅନା

       ପରମ୍ପରାଟିକୁ ପାସୋରିଦେଇ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Comedy